ନୂଆଦିଲ୍ଲୀ- ଘୋଷଣା ହେଲା ପୁରସ୍କାର ରାଶି । ଦୁଇଗୁଣା ହେଲା WTC ଫାଇନାଲ ପୁରସ୍କାର ରାଶି। ଏ ସଂପର୍କରେ ଆଜି ଏକ୍ସ ମାଧ୍ୟମରେ ସୂଚନା ଦେଇଛନ୍ତି ଆଇସିସି ଅଧ୍ୟକ୍ଷ ଜୟ ଶାହ । ଲର୍ଡସରେ ଆସନ୍ତା 11ରୁ 15 ମଧ୍ୟରେ ଖେଳାଯିବ ୨୦୨୫ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ । ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ । ଏହା ପୂର୍ବରୁ ଘୋଷଣା ହୋଇଛି ପୁରସ୍କାର । ଫାଇନାଲ ମ୍ୟାଚ୍ ପାଇଁ ମୋଟ ପୁରସ୍କାର ରାଶି 5.76 ମିଲିୟନ ଡଲାର ହେବ। ଏହା ଗତ ଦୁଇଟି WTC ଫାଇନାଲ୍ସ ର ପୁରସ୍କାର ରାଶିର ଦୁଇଗୁଣରୁ ଅଧିକ। WTC ଫାଇନାଲ ଜିତିଥିବା ଦଳକୁ ପ୍ରାୟ 30 କୋଟି ଟଙ୍କା ମିଳିବ।
୨୦୨୧ ଏବଂ ୨୦୨୩ରେ ବିଜେତା ଦଳକୁ ପୁରସ୍କାର ସ୍ୱରୂପ ୧.୬ ନିୟୁତ ଡଲାର ପ୍ରଦାନ କରାଯାଇଥିଲା। କିନ୍ତୁ ଚଳିତ ଥର ରନର୍ସଅପ୍ ଦଳ ୨.୧ ନିୟୁତ ଡଲାର ତଥା ପ୍ରାୟ ୧୮ କୋଟି ଟଙ୍କା ପାଇବେ। ଭାରତୀୟ ଦଳ ତୃତୀୟ ସ୍ଥାନରେ ରହିଛି। ଏପରି ପରିସ୍ଥିତିରେ, ଦଳକୁ ୧୨ କୋଟି ୩୩ ଲକ୍ଷ ଟଙ୍କା ମିଳିବ। ୯ମ ସ୍ଥାନରେ ଥିବା ପାକିସ୍ତାନ ଦଳକୁ ମାତ୍ର ୪ କୋଟି ୧୧ ଲକ୍ଷ ଟଙ୍କା ମିଳିବ। ସେହିପରି ଚତୁର୍ଥ ସ୍ଥାନରେ ଥିବା ନ୍ୟୁଜିଲ୍ୟାଣ୍ଡ ୧୦.୨୮ କୋଟି ଟଙ୍କା ମିଳିବାକୁ ଥିବା ବେଳେ ପଞ୍ଚମ ସ୍ଥାନରେ ଥିବା ଇଂଲଣ୍ଡକୁ ୮.୨୨ କୋଟି,
ଶ୍ରୀଲଙ୍କା ୭.୧୯ କୋଟି ଟଙ୍କା, ସପ୍ତମ ସ୍ଥାନରେ ଥିବା ବାଂଲାଦେଶ ୬.୧୭ କୋଟି ଟଙ୍କା ମିଳିବାକୁ ଥିବା ବେଳେ ୮ମରେ ଥିବା ୱେଷ୍ଟଇଣ୍ଡିଜ୍ ୫.୧୪ କୋଟି ଟଙ୍କା ମିଳିବ ।
