ବଢୁଛି ତାଳ ସଜ ଚାହିଦା,ତାଳ ଗଛ ସୃଷ୍ଟିରେ ଜିଲ୍ଲା ମାରିଛି ଫେଲ

0 206

ହରଭଙ୍ଗା :ସମ୍ପ୍ରତି ବୌଦ୍ଧ ଜିଲ୍ଲା ରେ ଚଳିତ ବର୍ଷ 45ଡିଗ୍ରୀ ସେଲସିୟସରୁ ଉର୍ଦ୍ଦ୍ବ ତାପମାତ୍ରା ରେକର୍ଡ କରିଥିଲା ପାଣିପାଗ ବିଭାଗ l ଗ୍ରୀଷ୍ମ ପ୍ରଭାବ ରେ ଜିଲ୍ଲା ବାସି ଅସ୍ତ ବ୍ୟସ୍ତ ଓ ଗୁଳୁଗୁଳିରେ ଦହକ ବିକଳ ହେଉଥିବା ଦେଖିବାକୁ ମିଳିଛି l ଗ୍ରୀଷ୍ମ ପ୍ରଭାବକୁ ନେଇ ରାସ୍ତା ଘାଟ ଖାଁ ଖାଁ ହେଉଥିବା ବେଳେ ମୃଦୁ ପାନୀୟ ଜଳ, ତରଭୁଜ, ସର୍ବତ ଦୋକାନ ରେ ଲୋକଙ୍କ ଗହଳି l ବର୍ତମାନ ତୃଷ୍ଣା ମେଣ୍ଟାଉଛି ଅଦିନିଆଁ ତାଳ ସଜ l ଖୋର୍ଦ୍ଧା -ବଲାଙ୍ଗୀର 57ନଂ ଜାତୀୟ ରାଜପଥ ଠାରୁ ବଜାର, ଗାଁ ଗହଳି ରେ ତାଳ ସଜ ର ମଜା ନେଉଛନ୍ତି ଲୋକେ l ତାଳ ସଜ ପାଟିକୁ ସ୍ୱାଦ ସହିତ ଦେହ ହିତପୋଯୋଗୀ l ଜିଲ୍ଲାରେ ବିଭିନ୍ନ ସ୍ଥାନରେ କେନ୍ଧା କେନ୍ଧା ତାଳ ଫଳ କାଟି ଫଳ ରୁ ତାଳ ସଜ କାଢି କିଲୋ ପିଛା 100ରୁ 120ଟଙ୍କା ରେ ବିକ୍ରି କରୁଛନ୍ତି ବ୍ୟବସାୟୀ ଅନ୍ୟ ପଟେ ଗୋଟl ତାଳ ଗୋଟାକୁ 7ରୁ 10ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି l ଏହି ତାଳ ଫଳ ବର୍ଷକୁ ଥରେ ଗଛ ରେ ଫଳ ଆସିଥାଏ ଓ ବୈଶାଖ ମାସ ସମୟରେ କଅଁଳ ରହିଥାଏ ଫଳରେ ଗ୍ରୀଷ୍ମ ପ୍ରଭାବ ରେ ଏହି କଅଁଳ ତାଳ କୁ କାଟି ସଜ ବାହାର କରି ବିକ୍ରି କରାଯାଏ l ଏବଂ ବ୍ୟବସାୟୀ ପ୍ରାୟ ଦେଢ଼ ମାସ ଯାହାକି ସାବିତ୍ରୀ ଅମାବାସ୍ୟା ପର୍ଯ୍ୟନ୍ତ ତାଳ ସଜ ବ୍ୟବସାୟ କରି ବେଶ ଦୁଇପଇସା ରୋଜଗାର କରେ l ବୌଦ୍ଧ ଜିଲ୍ଲାର ବୌଦ୍ଧ, ହରଭଙ୍ଗା, କଣ୍ଟାମାଳ ବ୍ଲକ ଅଞ୍ଚଳ ରେ ଦୁଇ ପ୍ରକାର ତାଳ ଫଳ ମିଳିଥାଏ l କଇରୀ ଓ କଳା ହାଣ୍ଡିଆ ତାଳ ଏବଂ କଳା ହାଣ୍ଡିଆ ତାଳ ସଜ ଅଧିକ ସୁସ୍ୱାଦୁ l ବର୍ତମାନ ତାଳ ଗଛ ବଂଶ ଜିଲ୍ଲାରେ ହ୍ରାସ ପାଉଥିବାରୁ ଆବଶ୍ୟକତା ଓ ଚାହିଦା ଠାରୁ କମ ତାଳ ଫଳ ମିଳୁଥିବାରୁ ତାଳ ସଜ ବଜାରରେ ମୂଲ୍ୟ ବୃଦ୍ଧି ଘଟୁଛି ବୋଲି ଗ୍ରାହକ ବ୍ୟବସାୟୀ ମତ ପ୍ରକାଶ କରୁଛନ୍ତି l ଅନ୍ୟ ପଟେ ତାଳ ଗଛ କୃଷକ ବନ୍ଧୁ, ବାଇ ଚଢେଇ ର ବସା ବାନ୍ଧିବା ସ୍ଥାନ ଏବଂ ବଜ୍ରପାତରୁ ଜୀବଜଗତକୁ ପ୍ରତ୍ୟକ୍ଷ ଭାବେ ସାହାଯ୍ୟ କରେ l ତାଳ ଫଳ ପାଚିଲେ ତାଳ ଫଳ ରସ ରୁ ସୁସ୍ବାଦୁ ମିଠା, ପିଠା,ଚକଟେଲ ତିଆରି ହୁଏ l ଅନ୍ୟ ପଟେ ତାଳ ଗଛ ରସରୁ ପ୍ରସ୍ତୁତ ଗୁଡ଼ ସ୍ୱାଦିଷ୍ଟ ସହିତ ଉତ୍ତମ ମାନର ହୋଇ ଥିବାରୁ ତତ କାଳୀନ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଜିଲ୍ଲାର ନାଏକ ପଡ଼ା ଠାରେ ସ୍ୱୟଂ ସହାୟକ ଗୋଷ୍ଠି ଙ୍କୁ ପ୍ରଶିକ୍ଷଣ ଦେଇ ଗୁଡ଼ ପ୍ରସ୍ତୁତ କରାଇ ଥିଲେ । ସେପଟେ ମାରଡ଼ା ଠାରେ ମଧ୍ୟ ଜନସାଧାରଣଙ୍କୁ ତାଳ ଓ ଖଜୁରୀ ଗଛର ରସରୁ ଗୁଡ଼ ତିଆରି ପାଇଁ ପ୍ରବାର୍ତ୍ତାଇ ଥିଲେ l ଏବଂ ସେହି ସମୟରେ ବାହାର ରାଜ୍ୟରୁ କାଠ ବ୍ୟବସାୟୀ ଜିଲ୍ଲାକୁ ଆସି ଶାଗ ମାଛ ଦରରେ ଲୋକଙ୍କୁ ତାଳ ଗଛ କିଣି ଚାଲାଣ କରୁଥିବାରୁ ତାହା ଉପରେ ମଧ୍ୟ ରୋକ ଲଗାଇବାରେ ପ୍ରୟାସ କରିଥିଲେ l ଅନ୍ୟ ପଟେ ସରକାର ବଜ୍ରପାତରୁ ତାଳ ଗଛ ସମାଜକୁ ରକ୍ଷା କରୁଥିବାରୁ ରାଜ୍ୟ ରେ ତାଳ ଗଛ ସୃଷ୍ଟି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ ଏଥିପାଇଁ ଜିଲ୍ଲା ସ୍ତରରେ ବନ ବିଭାଗକୁ ଅର୍ଥ ମଧ୍ୟ ମଂଜୁର କରିଥିଲେ l ତାଳ ଗଛ ବୃଦ୍ଧି କରିବା ପାଇଁ ବୌଦ୍ଧ ବନ ବିଭାଗ ପକ୍ଷରୁ ଜିଲ୍ଲାରେ ପ୍ରାୟ 5ଲକ୍ଷ ତାଳ ମଞ୍ଜିରୁ ଗଛ ଲଗାଯାଇଥିବା କୁହାଯାଉଥିବା ବେଳେ ବର୍ତମାନ ଜିଲ୍ଲାରେ ବିଭାଗ ଲଗାଇଥିବା ଗୋଟିଏ ବି ନୁଆଁ ତାଳ ଗଛ ନ ଥିବା ସାଧାରଣରେ ଆଲୋଚନା ର ବିଷୟ ପାଲଟିଛି l ତେଣୁ ତାଳ ଗଛ ବଂଶ ବୃଦ୍ଧି ପାଇଁ ବିଗତ ବର୍ଷ ଗୁଡିକ ରେ କେତେ ଟଙ୍କା ମଂଜୁର ହୋଇଥିଲା ଓ କେତେ ଗଛ ବନ ବିଭାଗ ପକ୍ଷରୁ ଲଗାଯାଇଥିଲା,ବର୍ତମାନ ସେଥିରୁ କେତେ ଗଛ ଜୀବିତ ଅଛି ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ବୁଦ୍ଧିଜୀବୀ ଓ ପରିବେଶ ବିତ ମଧ୍ୟରେ ଦାବି ଦେଉଛି l

hiranchal ad1
Leave A Reply

Your email address will not be published.

1 × 5 =