ପାରିବାରିକ କଳହରୁ ପୁଅକୁ ହତ୍ୟା କରି ପୋତିଦେଲେ

0 243

ରେଢାଖୋଲ- ପାରିବାରିକ କଳହରୁ ଜନ୍ମ କଲା ମାଆ ଅନ୍ୟ ପୁଅ, ଝିଅ ସହ ମିଶି ବଡ ପୁଅକୁ ହତ୍ୟା କରିଥିବା ଘଟଣା ଘଟିଛି ରେଢ଼ାଖୋଲ ଥାନା ଡ଼ଇଁଚା ଗ୍ରାମର ସୁଦସାହିରେ l ଖବର ପାଇ ରବିବାର ଅପରାହ୍ନରେ ରେଢ଼ାଖୋଲ ପୋଲିସ ଘଟଣା ସ୍ଥଳରେ ପହଂଚି ଛାନ ଭିନ କରୁଛି l ପ୍ରକାଶ ଯେ, ରେଢ଼ାଖୋଲ ଥାନା ଡ଼ଇଁଚା ଗ୍ରାମର ଶେଷଦେବ ପଧାନଙ୍କ ବଡପୁଅ ବାଦଲ ପଧାନ (୨୩ ) ଙ୍କ ଗଳିତ ଶବ ଘର ପଛ ପଟେ ଏକ ଗାତରେ ପଡ଼ିଥିବା ପୋଲିସ କୌଣସି ସୂତ୍ରରୁ ଖବର ପାଇ ଡ଼ଇଁଚା ଗ୍ରାମକୁ ଯାଇ ତଦନ୍ତ କରିଥିଲା l ଘର ପାଖରେ ଏକ ଗାତରୁ ଜେସିବି ଖୋଳି ମୃତ ଶବ ବାହାର କରିବା ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ଜାଣିବାକୁ ପାଇଥିଲା l ପୋଲିସ ମୃତକର ମାଆ ସମେତ ଭାଇ ଓ ଭଉଣୀ କୁ ପଚରା ଉଚୁରା କରିଥିଲା l ପୋଲିସ ଏହି ହତ୍ୟା କାଣ୍ଡରେ ମାଆ ସମେତ ଦୁଇ ଭଉଣୀ, ଜଣେ ଭାଇ‌ ଅନ୍ୟ ସହଯୋଗୀ ମାନଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି l ଘଟଣା ସ୍ଥଳରେ ରେଢ଼ାଖୋଲ ଏସଡିପିଓ ପ୍ରଶାନ୍ତ ମେହେର ସମେତ ରେଢ଼ାଖୋଲ ଥାନାଧିକାରୀ ଓ ପୋଲିସ ଟିମ ପହଂଚି ତଦନ୍ତ ଜାରି ରଖି ଛନ୍ତି l ସାଇଣ୍ଟି ଫିକ ଟିମ ଆସିଲା ପରେ ଶବବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ପୋଲିସ କହିଛି l

hiranchal ad1
Leave A Reply

Your email address will not be published.

two × 5 =