ଭୁବନେଶ୍ୱର: ଖୁବ୍ଶୀଘ୍ର ତୁଟିବ ପୋଲାଭରମ୍ ବିବାଦ। ମେ ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ। ସାମିଲ ହେବେ ଓଡ଼ିଶା, ଛଡ଼ିଶଗଡ଼, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ। ଆଭାସୀ ମାଧ୍ୟମରେ ୪ ରାଜ୍ୟର ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ।

କେନ୍ଦ୍ର, ଛତିଶଗଡ଼, ଓ ଓଡ଼ିଶାରେ ଏବେ ‘ଟ୍ରିପଲ ଇଞ୍ଜିନ ସରକାର’ ରହିଛି । ସେହିଭଳି ଆନ୍ଧ୍ରରେ ଏବେ ଏନ୍ଡିଏ ସରକାର ରହିଛି। ଆପୋଷ ସମାଧାନ ପାଇଁ ସ୍ଥିତି ପୂରା ଅନୁକୂଳ ରହିଛି । ଏ ଦିଗରେ କେନ୍ଦ୍ର ଏବଂ ୪ ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ପୋଲାଭରମ୍ ବିବାଦ ବାଟ ଫିଟିବ ବୋଲି ଆଶା କରାଯାଉଛି।
