ପାକିସ୍ତାନକୁ ଆଉ ନିରାପଦ ମଣୁନାହାନ୍ତି ଆତଙ୍କବାଦୀ!

0 213

ନୂଆଦିଲ୍ଲୀ,୧୯/୫: ଭାରତରେ ଆତଙ୍କବାଦୀମାନେ ସେନା ଗୁଳିର ଶିକାର ହୋଇ ନିହତ ହେଉଥିବା ବେଳେ ପାକିସ୍ତାନରେ ମଧ୍ୟ ଆତଙ୍କବାଦୀମାନେ ସେମାନଙ୍କର ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀର ଶିକାର ହେଉଛନ୍ତି । ଏହି ଗୋଷ୍ଠୀଗୁଡ଼ିକ ଆତଙ୍କବାଦୀମାନଙ୍କୁ ବାଛି ବାଛି ମାରୁଛନ୍ତି । ଗତ ଦୁଇ ବର୍ଷ ମଧ୍ୟରେ ପାକିସ୍ତାନରେ ୧୭ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରାଗଲାଣି । ସେମାନଙ୍କ ମଧ୍ୟରେ କେତେକ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଅଛନ୍ତି,ଯେଉଁମାନଙ୍କୁ କି ଭାରତ ଧରିବା ପାଇଁ ବହୁଦିନ ଧରି ଉଦ୍ୟମ ଚଳାଇଥିଲା । ଗତକାଲି ଅଜ୍ଞାତ ଆକ୍ରମରକାରୀମାନେ ସିନ୍ଧରେ ଲଶ୍କର-ଏ-ତୋଇବା ଏବଂ ଜମାତ ଆତଙ୍କବାଦୀ ରାଜୁଲ୍ଲାହ ନିଜାମନି ଓରଫ ଆବୁ ସୈଫୁଲ୍ଲା ଓରଫ ସୈଫୁଲ୍ଲା ଖଲିଦକୁ ହତ୍ୟା କରିବା ପରେ,ପାକିସ୍ତାନରେ ଆତଙ୍କବାଦୀମାନେ ସ୍ଥାନ ପରିବର୍ତ୍ତନ କଥା ଚିନ୍ତା କଲେଣି । ପାକିସ୍ତାନରେ ସମାନ ଢାଞ୍ଚା ଏବଂ ସଠିକ ଲକ୍ଷ୍ୟରେ ଆତଙ୍କବାଦୀମାନଙ୍କୁ କିଏ ହତ୍ୟା କରିଥିଲା, ଏହା ପଛରେ କିଏ ଅଛ. ସର୍ବୋପରି, ପାକିସ୍ତାନରେ କିଏ ନୀରବରେ ଆତଙ୍କବାଦୀଙ୍କ ହତ୍ୟାକାରୀ ପାଲଟିଛି, ତାହା ଏବେବି ରହସ୍ୟ ହୋଇ ରହିଛି । ୠତ ଦୁଇବର୍ଷ ମଧ୍ୟରେ ପାକିସ୍ତାନରେ ନିହତ ଆଙ୍କବାଦୀଙ୍କ ମଧ୍ୟରେ ଲଶ୍କର-ଏ-ତୈଇବା ଆତଙ୍କବାଦୀ ରାଜୁଲ୍ଲାହ ନିଜମାନୀ ଓରଫ ସୈଫୁଲ୍ଲା ଖାଲିଦ, ଲସ୍କର ଆତଙ୍କବାଦୀ ଫୈସଲ ନାଦିମ ଓରଫ ଆବୁ କାଟାଲ,ମୌଲାନା କାଶିଫ ଅଲି, ଆଇଏସଆଇ ଗୁଇନ୍ଦା ଏଜେଣ୍ଟ ମୁଫତି ଶାହ ମୀର, ରହିମୁଲ୍ଲା ତାରିକ, ଲସ୍କର ଆତଙ୍କବାଦୀ ଆକ୍ରମ ଗାଜି, ଲସ୍କର ଆତଙ୍କବାଦୀ ଖ୍ୱାଜା ସହିଦ, ଲସ୍କର ଆତଙ୍କବାଦୀ ମୌଲାନା ଜିଆଉର ରେହମାନ, ମାସୁଦ ଅଜହରର ଘନିଷ୍ଠ ସହଯୋଗୀ କାରୀ ଏଜାଜ ଆବିଦ୍‌, ମାସୁଦ ଆଝହରର ନିକଟତର ଦାଉଦ ମଲିକ, ଲସ୍କର ଆତଙ୍କବାଦୀ ଅଦନାନ ଅହମ୍ମଦ, ହିଜବୁଲ୍ଳାହ ଆତଙ୍କବାଦୀ ବଶିର ଅହମ୍ମଦ ପୀର, ଜୈଶ ଆତଙ୍କବାଦୀ ଜାହୋର ଇବ୍ରାହିମ ପ୍ରମୁଖ ଅଛନ୍ତି ।

hiranchal ad1
Leave A Reply

Your email address will not be published.

5 + 16 =