କୋରାପୁଟ : ବିଦ୍ୟୁତ୍ ପୋଲ ଓ ଘରକୁ ଧକ୍କା ଦେଲା ଗାଡ଼ି ।ପାଚେରୀ କାନ୍ଥ ଭାଙ୍ଗିଲା । ଅଳ୍ପକେ ବର୍ତ୍ତିଲେ ଘରେ ଥିବା ପରିବାର ଲୋକେ ।ପାଚେରୀ ଭାଙ୍ଗିଥିଲା ମଧ୍ୟ ଘରେ ଥିବା ପରିବାର ଲୋକଙ୍କ କୌଣସି କ୍ଷତି ହୋଇନଥିବା ସୂଚନା ରହିଛି । ଜୟପୁରରୁ କୋରାପୁଟ ଅଭିମୁଖେ ଆସୁଥିବା ମିନି ଟ୍ରକଟି ଆଲିସନ ହୋଟେଲ ନିକଟ ଗଡାଣି ନିକଟରେ ଗାଡ଼ି ର ବ୍ରେକ ଫେଲ ହୋଇଗଲା ।
ଦୁର୍ଘଟଣା ସ୍ଥାନଟି ଜନଗହଳି ପୂର୍ଣ୍ଣ ଓ ବ୍ୟସ୍ତ ବହୁଳ ରାସ୍ତା କାରଣ ତିନି ତିନୋଟି ବ୍ୟାଙ୍କ ରହିଥିବା ସହ ସୋପିଙ୍ଗ ମହଲ ଥିବା ହେତୁ ଦୁଇଚକିଆ ରାସ୍ତା କଡରେ ରହୁଥିବା ଯୋଗୁ ଗାଡ଼ି ର ଚାଳକ କୌଶଳ କ୍ରମେ ବାମ ପଟ ରାସ୍ତା କଡକୁ ଗାଡିଟିକୁ ନେଇଯାଇଥିଲା । ରାସ୍ତା କଡ଼ରେ ଥିବା ବିଦ୍ୟୁତ୍ ପୋଲ ଧକ୍କା ଦେ଼ଇ ପାର୍ଶ୍ବରେ ଥିବା ସରକାରୀ ଘର ର ପାଚେରୀ କୁ ଧକ୍କା ଦେଇ ଅଟକି ଯାଇଥିଲା ।ବିଦ୍ୟୁତ୍ ତାର ଛିଣ୍ଡି ଯାଇଥିଲା । ଘଟଣା ସ୍ଥଳରେ ଥିବା ଲୋକେ ୨୬ ନମ୍ବର୍ ଜାତୀୟ ରାଜପଥରେ ଯାତାୟାତ କରୁଥିବା ଲୋକଙ୍କୁ ସତର୍କ କରାଇଥିଲେ ।ବିଦ୍ୟୁତ୍ ବିଭାଗ କୁ ଜଣାଇ ବିଦ୍ୟୁତ୍ ସରବରାହ ବନ୍ଦ କରିଥିଲେ । କୋରାପୁଟ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ କରୁଛି । ରାସ୍ତା କଡରେ ପୁଳା ପୁଳା ଦୁଇଚକିଆ ଗାଡି ରହିଥିବା ହେତୁ ରାସ୍ତା ସଂକୀର୍ଣ୍ଣ ଅବସ୍ଥା ହେଉଥିବା ଯୋଗୁ ପଥଚାରୀ ନାହିଁ ନ ଥିବା ଅସୁବିଧା ହେଉଥିବା ଯୋଗୁ ଟାଉନ ପୋଲିସ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ଅନୁରୋଧ କରିଛନ୍ତି ।
