ଆସନ୍ତା ଦୁଇ ଦିନ ମଧ୍ୟରେ ଯୁକ୍ତ ୨ ପରୀକ୍ଷାଫଳ

0 201

ଭୁବନେଶ୍ୱର: ଯୁକ୍ତ ୩ ନାମଲେଖା ପାଇଁ ଆବେଦନର ଶେଷ ତାରିଖ ମେ’ ୨୦ ଥିବା ବେଳେ ଏହାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ଛାତୀଛାତ୍ର। କାରଣ ଏବେ ପର୍ଯ୍ୟନ୍ତ +୨ ପରୀକ୍ଷା ଦେଇଥିବା ପିଲାମାନଙ୍କର ଫଳାଫଳ ପ୍ରକାଶ ପାଇ ନାହିଁ। ତେବେ ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମଙ୍ଗଳବାର ସୂଚନା ଦେଇଛନ୍ତି କି ଆସନ୍ତା ଦୁଇ ଦିନ ମଧ୍ୟରେ ଯୁକ୍ତ ୨ ପରୀକ୍ଷାଫଳ ପ୍ରକାଶ କରାଯିବ। ଅନ୍ୟପଟେ ଯୁକ୍ତ ୩ରେ ନାମଲେଖା ଆବେଦନର ସମୟସୀମା ବୃଦ୍ଧି ପାଇଁ ଆବେଦନ କରାଯିବ ବୋଲି କୁହାଯାଇଛି।
ମିଳିଥିବା ସଦ୍ୟତମ ସୂଚନା ଅନୁଯାୟୀ, +୩ ପାଇଁ ନାମଲେଖା ଆବେଦନ ଅବଧି ବୃଦ୍ଧି ହେବା ପ୍ରତିଶ୍ରୁତି ମିଳିଛି। ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ଗଣଶିକ୍ଷା ମନ୍ତ୍ରୀ। ଏଥିରେ ଯୁକ୍ତ ୩ ନାମଲେଖା ଆବେଦନ ସମୟ ସୀମା ବୃଦ୍ଧି କରିବାକୁ ଆଲୋଚନା କରାଯାଇଛି। ତେବେ ସମୟସୀମା ବୃଦ୍ଧି କରିବାକୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

hiranchal ad1
Leave A Reply

Your email address will not be published.

three × 5 =