ଭୁବନେଶ୍ଵର, : ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ବଡ଼ ମାଓ ଦମନ ଅପରେସନ୍। ସୁରକ୍ଷାବାହିନୀକୁ ବଡ଼ ସଫଳତା। ଯବାନଙ୍କ ଗୁଳିରେ ଟଳିଲା ୧ କୋଟି ଟଙ୍କାର ମୁଣ୍ଡ। ୩୦ରୁ ଉର୍ଦ୍ଧ୍ଵ ନକ୍ସଲ ନିହତ। ଦୁର୍ଦ୍ଦାନ୍ତ ମାଓ ନେତା ବାସବରାଜ୍ ନିପାତ ହୋଇଥିବା ସୂଚନା। ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଏବେବି ଗୁଳି ବିନିମୟ ଜାରି।

ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ, ୫୦ ଘଣ୍ଟାର ଅପରେସନରେ ୩୦ରୁ ଉର୍ଦ୍ଧ୍ଵ ନକ୍ସଲ ନିପାତ ହୋଇଛନ୍ତି। ଯବାନଙ୍କୁ ବଡ଼ ସଫଳତା ମିଳିଛି। ନାରାୟଣପୁର, ବିଜାପୁର ଏବଂ ଦାନ୍ତେୱାଡା ଜିଲ୍ଲାରେ ଡିଆରଜି ଯବାନ ଏବଂ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର ଏବେବି ଜାରି ରହିଛି। ମାଡ଼ ଅଞ୍ଚଳରେ ବୁଧବାର ସକାଳୁ ଫାୟାରିଂ ହେଉଛି। ଡିଆରଜି ଯବାନମାନେ ରୂପେଶ ଏବଂ ବିକଳ୍ପ ସମେତ ବହୁ ନକ୍ସଲ ଲିଡରଙ୍କୁ ଘେରି ରହିଛନ୍ତି। ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି।
