ଜୁଲାଇ ୧ରୁ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା

0 188

କଟକ : ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତା ଜୁଲାଇ ୧ ତାରିଖରୁ ଆରମ୍ଭ ହେବ । ୬ଟି ବିଷୟରେ ହେବାକୁ ଥିବା ଏହି ପରୀକ୍ଷା ୧ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୧ଟା ୩୦ରେ ଶେଷ ହେବ । କେବଳ ଗଣିତ ପରୀକ୍ଷା ପାଇଁ ଅତିରିକ୍ତ ୧୫ ମିନିଟ୍‌ ଦିଆଯାଇଥିବାରୁ ଏହା ୧୧ଟା ୪୫ରେ ଶେଷ ହେବ । ୧ ତାରିଖ ଦିନ ପ୍ରଥମ ଭାଷା ଓଡ଼ିଆ ବିଷୟ ପରୀକ୍ଷା ରହିଛି । ସେହିପରି ୨ ରେ ସାମାଜିକ ବିଜ୍ଞାନ, ୪ ରେ ଗଣିତ, ୭ ରେ ଇଂଗ୍ରାଜୀ, ୯ ରେ ସାଧାରଣ ବିଜ୍ଞାନ, ୧୦ ରେ ହିନ୍ଦି, ସଂସ୍କୃତ ପରୀକ୍ଷା ରହିଛି । 

hiring

ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା (ଏସ୍‌ଓଏସ୍‌ସି) ମଧ୍ୟ ଏକ ସମୟରେ ହେବ । ଏହି ପରୀକ୍ଷାରେ କେବଳ ହୋମ୍‌ ସାଇନ୍ସ ଥିଓରି ଗୋଟିଏ ଦିନ ଆଗରୁ ଅର୍ଥାତ୍‌ ଜୁନ୍‌ ୩୦ ତାରିଖରେ ହେବ । ଜୁଲାଇ ୧ ରେ ଓଡ଼ିଆ, ୨ ତାରିଖରେ ସାମାଜିକ ବିଜ୍ଞାନ, ୩ରେ ଇଣ୍ଡିଆନ୍‌ କଲଚର୍‌ ଆଣ୍ଡ୍‌ ହେରିଟେଜ୍‌, ୪ରେ ଗଣିତ, ୬ରେ ହୋମ୍‌ ସାଇନ୍ସ ପ୍ରାକ୍ଟିକାଲ, ୭ରେ ଇଂରାଜୀ, ୮ରେ ପେଣ୍ଟିଙ୍ଗ୍‌ ଥିଓରି ଓ ପେଣ୍ଟିଙ୍ଗ୍‌ ପ୍ରାକ୍ଟିକାଲ, ୯ରେ ବିଜ୍ଞାନ ଏବଂ ୧୦ ତାରିଖରେ ହିନ୍ଦୀ ଓ ସଂସ୍କୃତ ବିଷୟରେ ପରୀକ୍ଷା ହେବ ବୋଲି ପରୀକ୍ଷା ସୂଚୀ ପ୍ରକାଶ ପାଇଛି । ୨୦୨୫ ମାଟ୍ରିକ୍‌ ପରୀକ୍ଷାରେ ଅନୁପସ୍ଥିତ, ଫେଲ୍‌ ଓ ଏମ୍‌ପି ହୋଇଥିବା ପରୀକ୍ଷାର୍ଥୀଙ୍କୁ କୃତକାର୍ଯ୍ୟ ହେବା ଲାଗି ସପ୍ଲିମେଣ୍ଟାରୀ ପରୀକ୍ଷା ସୁଯୋଗ ରହିଛି । ଏଥିଲାଗି ଗତ ୧୪ ତାରିଖରୁ ଫର୍ମ ପୂରଣ ଆରମ୍ଭ ହୋଇଛି । ଆବେଦନର ଶେଷ ସମୟ ଆସନ୍ତା ୨୬ ତାରିଖ ରହିଛି । ପରୀକ୍ଷା ଦେବା ପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ବିଦ୍ୟାଳୟ ସ୍ତରରେ ପ୍ରଧାନ ଶିକ୍ଷକଙ୍କ ଜରିଆରେ ଅନ୍‌ଲାଇନ୍‌ରେ ଫର୍ମ ପୂରଣ କରୁଛନ୍ତି।

hiranchal ad1
Leave A Reply

Your email address will not be published.

fourteen − six =