ସାତକୋଶିଆରେ ୨୯ ଟି ସୁସ୍ଥ ଘଡ଼ିଆଳ ଶାବକ ଜନ୍ମ

0 253

ହରଭଙ୍ଗା :.ବୌଦ୍ଧ ଜିଲ୍ଲା ମହାନଦୀ ସାତକୋଶିଆ ଅଭୟାରଣ୍ୟ ଗଣ୍ଡ କୁସଙ୍ଗ ରେଞ୍ଜ ରେ ଘଡିଆଳ ଶାବକ ଜନ୍ମ। ୨୯ ଅଣ୍ଡାରୁ ସମସ୍ତ ସୁସ୍ଥ ଶାବକ ହୋଇଛନ୍ତି ଜନ୍ମ l ସାତକୋଶିଆ ଗଣ୍ଡ ବଳଦମରା ନିକଟରେ ସୁରକ୍ଷିତ ଭାବେ ରହିଛନ୍ତି ସମସ୍ତ ନବ ଜନ୍ମିତ ଘଡ଼ିଆଳ ଶାବକ । ଗତ ମାର୍ଚ୍ଚ ମାସରେ 29ଗୋଟି ଅଣ୍ଡା ଦେଇଥିଲା ମାଇ ଘଡିଆଳ କୁମ୍ଭୀର । ଲଗାତାର ୫ ବର୍ଷରେ ୧୫୭ ଶାବକ ଙ୍କୁ ଜନ୍ମ ଦେଇଛି ଘଡିଆଳ କୁମ୍ଭୀର । ସୂଚନା ଅନୁଯାୟୀ ମହାନଦୀ ସାତକୋଶିଆ ଗଣ୍ଡ ବଳଦମରା ନିକଟରେ ଗତ ମାର୍ଚ୍ଚ ମାସରେ ମାଇ ଘଡିଆଳ କୁମ୍ଭୀର 29ଗୋଟି ଅଣ୍ଡା ଦେଇଥିଲା ଏବଂ ଅଣ୍ଡା ଦେବାର ଏକ ମାସ ପରେ ଅଣ୍ଡା ରୁ ଛୁଆ ବହାରିବା କଥା ମାତ୍ର ବୌଦ୍ଧ ଜିଲ୍ଲା ରେ ଅତ୍ୟଧିକ ଗରମ ହେବାରୁ ଏବର୍ଷ ଶାବକ ଜନ୍ମ ହେବାରେ ବିଳମ୍ବ ହୋଇଥିଲା । ଯାହାକୁ ନେଇ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ କୁମ୍ଭୀରଙ୍କ ସୁରକ୍ଷା ଦୃଷ୍ଟିରୁ ମାଛ ମରା ନେଇ ମାଛ ମରା ଡଙ୍ଗା, ମେସିନ ଚାଳିତ ଡ଼ଙ୍ଗା ଗୁଡିକୁ ନଦୀ କୁ ଯିବାକୁ ବାରଣ କରାଯାଇଛି । ଅନ୍ୟ ପଟେ ଚଳିତ ବର୍ଷ ଘଡ଼ିଆଳ ବଂଶ ବୃଦ୍ଧି ପାଇଁ ସାତ କୋଶିଆ ରେ 5ଟି ମାଈ ଓ 3ଟି ଅଣ୍ଡିରା ଘଡ଼ିଆ, ନନ୍ଦନ କାନନ ଓ ଅନଗୁଳ ଟିକରପଡା ରୁ ଆଣି ଛଡା ଯାଇଥିଲା l ତେବେ ବିଳମ୍ବରେ ହେଉ ପଛେ ଘଡିଆଳ କୁମ୍ଭୀର ୨୯ ଟି ଅଣ୍ଡା ରୁ ସଂପୂର୍ଣ୍ଣ ସୁସ୍ଥ ଶାବକ ଜନ୍ମ ଦେଇଥିବାରୁ ବନ୍ୟପ୍ରାଣୀ କର୍ମଚାରୀ ଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି। ତେବେ ଲଗାତାର ୫ ବର୍ଷ ଧରି ଘଡିଆଳ କୁମ୍ଭୀର ଶାବକ ଜନ୍ମ ଦେଉଥିବା ବେଳେ ୨୦୨୦ ମସିହାରେ ଘଡିଆଳ ବଂଶବୃଦ୍ଧି କୁ ଦୃଷ୍ଟିରେ ରଖି ପ୍ରାକୃତିକ ପ୍ରଜନନ ପାଇଁ ମାଇ ଏବଂ ପୁରୁଷ ଘଡିଆଳ କୁମ୍ଭୀର ଗଣ୍ଡ ରେ ଛଡାଯାଇଥିଲା ବେଳେ ଗତ ୨୦୨୨ ମସିହାରେ ପ୍ରଥମେ ୨୮ ଟି ଏବଂ ପରେ ୩୦ ଟି ଶାବକ ଜନ୍ମ ହୋଇଥିବା ବେଳେ ୨୦୨୩ ରେ ୩୫ ଟି ଏବଂ ୨୦୨୪ ଟି ୩୫ ଟି ଶାବକ ଜନ୍ମ ହୋଇଥିବା ବେଳେ ଏ ବର୍ଷ କୁ ମିଶାଇ ସମୁଦାୟ ୫ ବର୍ଷ ରେ ୧୫୭ ଟି ଶାବକ କୁ ଜନ୍ମ ଦେଇଛି ମାଈ ଘଡିଆଳ କୁମ୍ଭୀର। ଏହି ଶାବକ ମାନଙ୍କ ସୁରକ୍ଷା କୁ ନେଇ ମହାନଦୀ ବନ୍ୟପ୍ରାଣୀ ବନାଞ୍ଚଳ ହରଭଙ୍ଗା ବ୍ଲକ କୁସଙ୍ଗ ରେଞ୍ଜ ଓ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ସୁରକ୍ଷା କରାଯାଇଥିବା ସୂଚନା ମିଳିଛି।

hiranchal ad1
Leave A Reply

Your email address will not be published.

two × two =