ଗୁଣପୁର :-ରାୟଗଡା ଜିଲ୍ଲା ଗୁମୁଡା ଫାଣ୍ଡି ଅନ୍ତର୍ଗତ ବଂଶଧାରା ନଦୀ ବ୍ରିଜ ଉପରେ ବିଳମ୍ବିତ ରାତି ରେ ଏକ ଅଜଣା ଗାଡି ଧକ୍କାରେ ୩ ଜଣ ଯୁବକର ମୃତ ଘଟିଛି। ପଦ୍ମପୁର ମେଡିକାଲରେ ଦୁଇ ଜଣକ ମୃତ ଦେହ ରହିଥିବା ବେଳେ ଗୁରୁତର ଅବସ୍ଥାରେ ଗୁଣପୁର ଉପଖଣ୍ଡ ଡାକ୍ତରଖାନାକୁ ନେବା ସମୟରେ ବାଳକୃଷ୍ଣ ଆରକାଙ୍କ ମୃତ୍ୟୁ ଘଟିଛି। ଗୁମୁଡା ପୁଲିସ ଘଟଣାର ତଦନ୍ତ କରୁଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣା ଘଟାଇ ଚାଲିଯାଇଥିଲା ଗାଡିକୁ ଠାବ କରିପାରିନାହିଁ। ଖବର ନେବାରେ ଜଣାପଡିଛିଯେ ତିନି ଜଣ ଯୁବକ ଭାମିନି ପଞ୍ଚାୟତର କାରେଣି ଗ୍ରାମର ଠାକୁରାଣି ଯାତ୍ରା ଦେଖିବାକୁ ଓଡି ୧୮ ଡି ୮୫୭୨ ବାଇକରେ ଯାଉଥିବା ସମୟରେ ଗୁମୁଡା ବ୍ରିଜ ଠାରେ ଦୁର୍ଘଟଣାର ଶିକାର ହୋଇଥିବା କୁହାଯାଇଛି । ମୃତକ ମାନେ ପଦ୍ମପୁର ବ୍ଲକ ଡେରିଂଗାଁ ପଞ୍ଚାୟତ କଇଠପଦର ଗ୍ରାମର ଦୁଇ ଜଣ ବୁଲୁ ଶବର(୧୯) , ସୁବ୍ରତ ଶବର(୧୫) ଏବଂ ଜଗନ୍ନାଥପୁର ଗ୍ରାମର ବାଳକୃଷ୍ଣ ଆରକା(୨୧) ବୋଲି ଜଣାପଡିଛି। ସେହି ତିନିଜଣ ଯୁବକ ବାଇକ୍ ଯୋଗେ କାରେଣୀ ଯାତ୍ରା ଦେଖିବାକୁ ଯିବା ସମୟରେ ଦୁର୍ଘଟଣାର ଶୀକାର ହୋଇଥିବା ନେଇ ଗୁମୁଡା ଫାଣ୍ଡି ଅଧିକାରୀ ବିରେନ୍ଦ୍ର ରାୟ ସୂଚନା ଦେଇଛନ୍ତି। ଗୁଡାରୀ ଥାନା କେସ ନମ୍ବର ୫୮/୨୦୨୫ ଧାରା ଅନୁସାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଗୁଣପୁର ଉପଖଣ୍ତ ଡାକ୍ତରଖାନାରେ ମୃତ ତିନି ଜଣଙ୍କର ଶବ ବ୍ୟବଚ୍ଛେଦ କରାଯାଇଛି। ଦୁର୍ଘଟଣା ଘଟାଇ ଚାଲିଯାଇଥିବା ଗାଡି ସମ୍ପର୍କରେ ଜାଣିବାକୁ ଗୁମୁଡା ବଜାର ମୁଖ୍ୟ ରାସ୍ତାରେ ଘୋରଇ ଦୋକାନରେ ଲାଗି ଥିବା ସିସି କ୍ୟାମେରା ଯାଞ୍ଚ କରିବାକୁ ଦାବି ହେଉଛି ।
