ଅପରେସନ ‘ସିନ୍ଦୂର’ ସଫଳତାରେ ବାଲିଗୁଡ଼ାରେ ବିଶାଳ ଶୋଭାଯାତ୍ରା

0 206

ବାଲିଗୁଡ଼ା: ରାଷ୍ଟ୍ରହିତରେ ନିୟୋଜିତ ଭାରତୀୟ ସେନା ବଳର ସମ୍ମାନ ଓ ମନୋବଳ ବୃଦ୍ଧି ଉଦ୍ଦେଶ୍ୟରେ ପ୍ରତ୍ୟେକ ନାଗରିକ ସନ୍ଦେଶ ପରିପ୍ରେକ୍ଷିରେ ଏକ ସଚେତନତା ବାର୍ତ୍ତା ପାଇଁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପ୍ରଶାସନ ପକ୍ଷରୁ ତ୍ରୀରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବାଲିଗୁଡ଼ା ବସଷ୍ଟାଣ୍ଡ ଠାରୁ ଆଦିବାସୀ କଲେଜ ପର୍ଯ୍ୟନ୍ତ ବିରାଟ ଶୋଭାଯାତ୍ରା ହୋଇଥିଲା । ଏହି ଶୋଭାଯାତ୍ରାରେ କନ୍ଧମାଳ ସାଂସଦଙ୍କ ବ୍ଲକ୍ ପ୍ରତିନିଧି ରଞ୍ଜିତ କୁମାର ସାହୁ, ଏନ୍ଏସି ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ, ନଗର ସଭାପତି ମନୋଜ କୁମାର ରଥ,ପୂର୍ବତନ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ପଦ୍ମ ଦାସ, ମହିଳା ନେତ୍ରୀ କଳ୍ପନା କହଁର, କ୍ଷୁଦ୍ର ବଣିକ ସଂଘ ,ବଣିକ ସଂଘ, ଅଟୋ ଚାଳକ ସଂଘ,ସ୍ଵୟଂ ସହାୟକ ଗୋଷ୍ଠୀ, ଅଙ୍ଗନୱାଡ଼ି କର୍ମୀଙ୍କ, ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳେଇ, ତହସିଲଦାର ଦୀପ୍ତି ପ୍ରକାଶ ବେହେରାଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ।
ବାଲିଗୁଡ଼ା ବିଡ଼ିଓ ଅକ୍ଷୟ କୁମାର ମଲିକଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଜୟ ବୀର ଯବାନ,ଭାରତୀୟ ସେନା ଜିନ୍ଦାବାଦ, ଭାରତ ମାତାକି ଜୟ, ବନ୍ଦେ ମାତରମ୍ ଭଳି ଦେଶାତ୍ମକବୋଧକ ନାରାଦେଇ ୨୦୦ ରୁ ଉର୍ଦ୍ଧ ଜନସମାଗମରେ ଶୋଭାଯାତ୍ରା ହୋଇଥିଲା। ଗଣମାଧ୍ୟମର ପ୍ରତିନିଧି ମାନେ ସାମିଲ ହୋଇ ଦେଶ ପାଇଁ ନିଜର ସେବା ଓ ତ୍ୟାଗ ନିମନ୍ତେ ବୀର ଯବାନମାନଙ୍କୁ ସମ୍ମାନ ଓ ଉତ୍ସାହ ପ୍ରଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

eighteen − 16 =