ଆଇପିଏଲ ବିଜେତା ଦଳକୁ ଏତିକି ଟଙ୍କା ଦେବ ବିସିସିଆଇ

0 108

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଯୋଗୁଁ ଚଳିତ ବର୍ଷର ଆଇପିଏଲ ଟୁର୍ଣ୍ଣାମେଣ୍ଟ ଗୋଟିଏ ସପ୍ତାହ ପାଇଁ ବାତିଲ କରାଯାଇଥିଲା। ଏହା ପରେ ପୁଣି ଥରେ IPL ଆରମ୍ଭ ହେଲା। ପୂର୍ବରୁ ଆଇପିଏଲ ଫାଇନାଲ୍ ୨୫ ମେରେ କୋଲକାତାର ଇଡେନ୍ ଗାର୍ଡେନରେ ଖେଳାଯିବାର ଥିଲା କିନ୍ତୁ ଏବେ ଏହି ମ୍ୟାଚ୍ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ।
ଜୁନ୍ 3 ତାରିଖରେ ଫାଇନାଲ୍ ମ୍ୟାଚ୍ ଜିତିଥିବା ଦଳକୁ ବିସିସିଆଇ ପକ୍ଷରୁ 20 କୋଟି ଟଙ୍କା ମିଳିବ, ଯାହା ଗତ ବର୍ଷ ପରି ସମାନ। ରନର୍ସଅପ୍ ଦଳକୁ ୧୨.୫ କୋଟି ଟଙ୍କା ମିଳିବ। ତୃତୀୟ ଏବଂ ଚତୁର୍ଥ ସ୍ଥାନ ଅଧିକାର କରିଥିବା ଦଳଗୁଡ଼ିକୁ 6.5 କୋଟି ଟଙ୍କା ଦିଆଯିବ। ଏହା ବ୍ୟତୀତ ୫ମରୁ ୧୦ମ ସ୍ଥାନ ପର୍ଯ୍ୟନ୍ତ ଦଳଗୁଡ଼ିକୁ କୌଣସି ଟଙ୍କା ଦିଆଯିବ ନାହିଁ।

hiring

ଆରସିବି, ପଞ୍ଜାବ କିଙ୍ଗ୍ସ, ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜରାଟ ଟାଇଟାନ୍ସ ଆଇପିଏଲ 2025 ପ୍ଲେଅଫରେ ସ୍ଥାନ ପାଇଛନ୍ତି । ଏହି ଚାରୋଟି ଦଳ ମଧ୍ୟରୁ ଗୋଟିଏ ଦଳ ଚଳିତ ବର୍ଷର ଟ୍ରଫି କବଜା କରିବ। ମେ ୨୯ରୁ ପ୍ଲେଅଫ୍ ଆରମ୍ଭ ହେବ। ଯେଉଁଠାରେ ଚଣ୍ଡିଗଡ଼ରେ ପ୍ରଥମ କ୍ୱାଲିଫାୟର ଖେଳାଯିବ। ଏହା ପରେ, ଏଲିମିନେଟର ମ୍ୟାଚ୍ ମଧ୍ୟ 30 ମଇରେ ଚଣ୍ଡିଗଡ଼ରେ ଅନୁଷ୍ଠିତ ହେବ। ଜୁନ୍ ୧ ତାରିଖରେ ଦ୍ବିତୀ କ୍ୱାଲିଫାୟର ଏବଂ ଜୁନ୍ ୩ ତାରିଖରେ ଅହମ୍ମଦାବାଦରେ ଫାଇନାଲ୍ ଅନୁଷ୍ଠିତ ହେବ।

hiranchal ad1
Leave A Reply

Your email address will not be published.

10 − 10 =