ଭିଜିଲାନ୍ସ ଜାଲରେ ବାରିପଦା ପୌରପରିଷଦର ବରିଷ୍ଠ କିରାଣି

0 96

ଭୁବନେଶ୍ବର: ମୟୂରଭଞ୍ଜ ଜିଲ୍ଲା ବାରପଦା ପୌରପରିଷଦ ଏଷ୍ଟାବ୍ଲିସମେଣ୍ଟ ବିଭାଗର ବରିଷ୍ଠ କିରାଣି ଲାଞ୍ଚ ନେଇ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। କିରାଣି ଜଣକ ହେଲେ ଗୋପାଳକୃଷ୍ଣ ପ୍ରଧାନ। ପିତାଙ୍କ ନାମରେ ଥିବା ଦୋକାନ ଘରକୁ ପୁଅ ନାମରେ ମାଲିକାନାସତ୍ତ୍ବ ପରିବର୍ତ୍ତନ କରିବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ଗୋପାଳକୃଷ୍ଣ ପ୍ରଧାନଙ୍କୁ ମାଡ଼ିବସିଥିଲା।

hiring

ସୂଚନା ଅନୁଯାୟୀ, ବାରିପଦା ପୁରୁଣା ହାଟସାହିର ମହମ୍ମଦ ଜାଭିରଙ୍କ ପିତାଙ୍କ ମୃତ୍ୟୁ ପରେ ମ୍ୟୁନସିପାଲିଟିର ଦୋକାନ ଗୃହକୁ ନିଜ ନାମରେ କରିବା ପାଇଁ କିରାଣିଙ୍କ ନିକଟରେ ବାରମ୍ବାର ଆବେଦନ କରିଥିଲେ।  ଦୁଇ ବର୍ଷ ଧରି କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ମଧ୍ୟ ନିଜ ନାମକୁ କରିପାରୁନଥିଲେ। ଏନେଇ କିରାଣି ଗୋପାଳକୃଷ୍ଣ ପ୍ରଧାନ ୧୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ମହମ୍ମଦ ଜାଭିର ଅସହାୟ ହୋଇ ବାରିପଦା ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ବାରିପଦା ଭିଜିଲାନ୍ସ ବିଭାଗର ୟୁନ୍ଟ ଇନଚାର୍ଜ ବିକାଶ ସ୍ବାଇଁ ପୂର୍ବ ପ୍ରସ୍ତୁତି ଓ ଯୋଜନାକୁ ନେଇ ମ୍ୟୁନସିପାଲିଟି କାର୍ଯ୍ୟାଳୟରେ ଗୋପାଳକୃଷ୍ଣ ପ୍ରଧାନ  ଲାଞ୍ଚ ନେଉଥିବା ସମୟରେ ବାରିପଦା ଭିଜିଲାନ୍ସ ବିଭାଗ ମାଡ଼ିବସିଥିଲା। ତାଙ୍କ ନିକଟରୁ କେମିକାଲ ବୋଳା ସମସ୍ତ  ୧୦ହଜାର ଲାଞ୍ଚ ଟଙ୍କାକୁ ଭିଜିଲାନ୍ସ ଜବତ କରିଛି। ଏହାପରେ କାର୍ଯ୍ୟାଳୟ, ନିଜସ୍ବ ବାସଗୃହ ସମେତ ବଭିନ୍ନ ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରି ଯାଞ୍ଚ ପ୍ରକ୍ରିୟା ଜାରି ରହିଛି।

hiranchal ad1
Leave A Reply

Your email address will not be published.

20 − 18 =