ରେଳ ଟନେଲ ଭୁଶୁଡ଼ିବା ଘଟଣା, ସ୍ଥଳ ପରିଦର୍ଶନ କଲେ ପ୍ରଶାସନିକ ଅଧିକାରୀ

0 228

ବୌଦ୍ଧ: ସୋମବାର ବିଳମ୍ବିତ ରାତିରେ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ଆଡେଣୀଗଡ ନିକଟରେ ରେଳପଥ ର ୪ ନଂ ଟନେଲ ଭୁଶୁଡ଼ିବା ଘଟଣା ପରେ ବୌଦ୍ଧ ଜ଼ିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଙ୍କ ନିର୍ଦ୍ଦେଶ କ୍ରମେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ ବରିଷ୍ଠ ପ୍ରଶାସନିକ ଅଧିକାରୀ। ସାଙ୍ଗେ ସାଙ୍ଗେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇଥିଲା l ଶ୍ରୀଯୁକ୍ତ ପଧାନଙ୍କ ନେତୃତ୍ୱ ରେ ଜିଲ୍ଲା ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ -ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, ହରଭଙ୍ଗା ତହସିଲଦାରଙ୍କୁ ନେଇ ଏକ ଟିମ୍ ଘଟଣା ସ୍ଥଳ ପରିଦର୍ଶନ କରିଥିଲେ | ପ୍ରଥମେ ଟନେଲ ଭିତରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ପରେ ବାହାରୁ ଟନେଲ ଠାରେ ମାଟି ଅତଡା ଖସି ପଡ଼ିଥିବା ସ୍ଥାନ ପରିଦର୍ଶନ କରିଥିବା ସୂଚନା ମିଳିଛି । ତେବେ କେବଳ ମାଟି ଅତଡା ଖସିଥିବା ବେଳେ କୌଣସି ଶ୍ରମିକ ସେହି ସ୍ଥାନରେ ସେହି ସମୟରେ କାମ କରୁନଥିଲେ ଏବଂ ଶ୍ରମିକ ମାନେ ଅନ୍ୟତ୍ର କାମ କରିଥିଲେ l ସେଥିପାଇଁ କୌଣସି ଜନହାନୀ ହୋଇନାହିଁ ବୋଲି ଅତିରିକ୍ତ ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି । ସେହିପରି ମାଟି ହାଲୁକା ଥିବା ଯୋଗୁଁ ଏଭଳି ଅଘଟଣ ଘଟିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି l ସେପଟେ ଆଜି ଉକ୍ତ ସ୍ଥାନକୁ ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ପରିଦର୍ଶନ କରିଛନ୍ତି। ତେବେ ଏହି ଘଟଣାରେ ବିଶେଷ କ୍ଷତି ହୋଇନଥିବାରୁ ସାଧାରଣ ରେ ଆଶ୍ବସ୍ତି ପ୍ରକାଶ ପାଇଛି।

hiranchal ad1
Leave A Reply

Your email address will not be published.

15 + 10 =