ଲକ୍ଷ୍ନୌ : ମଙ୍ଗଳବାର ଏଠାରେ ଖେଳାଯାଇଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚ୍ ସମୟରେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ଅଧିନାୟକ ରିଷଭ ପନ୍ତଙ୍କୁ ସ୍ଲୋ ଓଭର ରେଟ୍ ପାଇଁ ୩୦ ଲକ୍ଷ ଟଙ୍କା ଜରିମାନା କରାଯାଇଛି । ସେହିପରି ପ୍ଲେଇଂ ଏକାଦଶର ଅନ୍ୟ ଖେଳାଳିମାନଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା କରାଯାଇଥିଲା ।
“ଆଇପିଏଲ ଆଚରଣ ସଂହିତା ଅନୁଯାୟୀ ଏହା ସିଜନରେ ତାଙ୍କ ଦଳର ତୃତୀୟ ଅପରାଧ ଥିଲା, ତେଣୁ ରିଷଭ ପନ୍ତଙ୍କୁ ୩୦ ଲକ୍ଷ ଟଙ୍କା ଜରିମାନା କରାଯାଇଛି,” ଏକ ଆଇପିଏଲ ଗଣମାଧ୍ୟମ ବିଜ୍ଞପ୍ତିରେ କୁହାଯାଇଛି ।
ପ୍ରକାଶିତ ସୂଚନା ଅନୁଯାୟୀ, “ଇମ୍ପାକ୍ଟ ଖେଳାଳିଙ୍କ ସମେତ ପ୍ଲେଇଂ ଏକାଦଶର ଅନ୍ୟ ପ୍ରତ୍ୟେକ ଖେଳାଳିଙ୍କୁ ୧୨ ଲକ୍ଷ ଟଙ୍କା କିମ୍ବା ସେମାନଙ୍କ ମ୍ୟାଚ୍ ଫିର ୫୦ ପ୍ରତିଶତ ଜରିମାନା କରାଯାଇଛି ।” ପନ୍ତଙ୍କ ୬୧ ବଲ୍ ରୁ ୧୧୮ ରନ୍ ର ଚମତ୍କାର ଅପରାଜିତ ଇନିଂସ ସତ୍ତ୍ୱେ ଆୟୋଜକ ଲକ୍ଷ୍ନୌ ମ୍ୟାଚରେ ଛଅ ୱିକେଟରେ ପରାସ୍ତ ହୋଇଥିଲା ।
