ରାଜ୍ୟରେ ଏବେ ମୌସୁମୀର ବ୍ରେକ୍‌ ଟାଇମ ଚାଲିବ : ପାଣିପାଗ ବିଭାଗ

0 273

ଭୁବନେଶ୍ବର: ନିର୍ଦ୍ଧାରିତ ସମୟ ପୂର୍ବରୁ ଓଡ଼ିଶା ମାଟିକୁ ସ୍ପର୍ଶ କରିଥିବା ମୌସୁମୀ ଦୁର୍ବଳ ହୋଇଛି। ବୋଲି ପାଣିପାଗ ବିଭାଗ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ଜୁନ ୧ ତାରିଖ ଠାରୁ କିଛି ଦିନ ପାଇଁ ରାଜ୍ୟରେ ମୌସୁମୀ ବର୍ଷା ଦୁର୍ବଳ ରହିବ। ଫଳରେ ବର୍ଷାରେ ବ୍ରେକ୍‌ ଲାଗିବ। ଆଗାମୀ ଦୁଇ ସପ୍ତାହ ପ୍ରଯ୍ୟନ୍ତ ରାଜ୍ୟରେ ବଡ଼ଧରଣର ବର୍ଷାର ସମ୍ଭାବନା ନାହିଁ। ଲଘୁଚାପ ଦୁର୍ବଳ ହେଇଗଲା ପରେ ମୌସୁମୀ ରାଜ୍ୟରେ ଏବେ ବିଶେଷ ସକ୍ରିୟ ନାହିଁ।
ପାଣିପାଗ ବିଭାଗ କହିଛି, ଚଳିତ ବର୍ଷ ସଅଳ ମୌସୁମୀ ଆସିଥିଲେ ମଧ୍ୟ ରଜ ପର୍ଯ୍ୟନ୍ତ ରାଜ୍ୟରେ ବଡ଼ ବର୍ଷା ଆଉ ନାହିଁ। ବଙ୍ଗୋପସାଗରରେ ବାଦଲର ଘନତ୍ୱ ହ୍ରାସ ପାଉଛି। ରଜ ପରେ ରାଜ୍ୟରେ ପୁନର୍ବାର ମୌସୁମୀ ସକ୍ରିୟ ହେବ। ଆଜିଠାରୁ ବର୍ଷା କମିବ। କିନ୍ତୁ କିଛି କୋରାପୁଟ, ମାଲକାନଗିରି, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ମୟୂରଭଞ୍ଜ, ବାଲେଶ୍ଵର ଜିଲ୍ଲାରେ ବ୍ରଜପାତ ସହ ହାଲୁକାରୁ ମଧ୍ୟମଧରଣର ବର୍ଷାର ସମ୍ଭାବନା ରହିଛି।

hiranchal ad1
Leave A Reply

Your email address will not be published.

4 × two =