କ୍ରିକେଟରେ ଲାଗୁ ହେବ ଏହି ସବୁ ନୂଆ ନିୟମ, ଜାଣନ୍ତୁ କ’ଣ

0 261

ନୂଆଦିଲ୍ଲୀ : ଜୁନ୍‌ ୧୧ରୁ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନ୍‌ସିପ୍ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ କ୍ରିକେଟରେ କିଛି ନିୟମ ବଦଳିବାକୁ ଯାଉଛି । ଉଭୟ ଦିନକିଆ ଓ ଟେଷ୍ଟ ଫର୍ମାଟରେ ଲାଗୁ ହେବ ନୂଆ ନିୟମ । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପ୍ଲେଇଙ୍ଗ-୧୧ରେ କିଛି ପରିବର୍ତ୍ତନ କରିବାକୁ ଯାଉଛି । ଆଇସିସି ତାର ସଦସ୍ୟଙ୍କୁ ପଠାଇଥିବା ଏକ ସନ୍ଦେଶରୁ କିଛି ଏମିତି ସିଗନାଲ ମିଳିଛି ।  ଜୁନ୍‌ରୁ ଟେଷ୍ଟ ମ୍ୟାଚ ଚୂଡାନ୍ତ ଏକାଦଶ ଏବଂ ହ୍ୱାଇଟ୍‌ବଲ କ୍ରିକେଟରେ ଜୁଲାଇରୁ ନୂଆ ରୁଲ୍‌ ଲାଗୁ ହେବ । ପ୍ଲେଇଙ୍ଗ-୧୧ ସ୍ଥିତିରେ ସବୁଠୁ ବଡ଼ ପରିବର୍ତ୍ତନ ଦିନିକିଆରେ ହେବାକୁ ଯାଉଛି ।

 ୧ ରୁ ୩୪ ଓଭରରେ ଦୁଇଟି ନୂଆ ବଲ୍ ରହିବ ।  ୩୫ ତମ ଓଭର ପୂର୍ବରୁ ଫିଲ୍ଡି କରୁଥିବା ଟିମ୍‌ ଇନିଂସ ଶେଷ ଯାଏ ସେଥିରୁ ଗୋଟିଏକୁ ଚୟନ କରିବ । ଯେ ପର୍ଯ୍ୟନ୍ତ ବଲ୍ ଖେଳିବାକୁ ପାଇଁ ଅନୁପଯୁକ୍ତ ନ ହୋଇଛି ସେବେ ଯାଏ ବ୍ୟବହାର କରାଯିବ । ଯଦି ମ୍ୟାଚ ୨୫ ଓଭରର  କିମ୍ବା ତାଠୁ କମ୍‌ ହୁଏ ତେବେ ଦୁଇପକ୍ଷଙ୍କୁ କେବଳ ଗୋଟିଏ ନୂଆ ବଲ ଦିଆଯିବ । ଏହି ରୁଲ ଉଭୟ ଦିନିକିଆ ଓ ଟେଷ୍ଟ ଫର୍ମାଟ ପାଇଁ ଲାଗୁ ହେବ ।

hiring

 ପ୍ରତି ମ୍ୟାଚ ପାଇଁ ଯାହା ବି ହେଲେ ଦଳ ୫ ବ୍ୟାକଅପ୍ ଅର୍ଥାତ ବିକଳ୍ପ ପ୍ଲେୟାର ରହିବେ । ସେମାନେ ଯଥାକ୍ରମେ ଜଣେ ୱିକେଟ କିପର, ଜଣେ ବ୍ୟାଟ୍ସମ୍ୟାନ, ଜଣେ ଫାଷ୍ଟ ବୋଲର ଓ ଜଣେ ସ୍ପିନର, ଜଣେ ଅଲରାଉଣ୍ଡର ରହିବେ । ଯଦି ସେମାନେ ଯଦି ଷ୍ଟାଣ୍ଡ ବାଏ ପ୍ଲେୟାର ଆହତ ହୁଅନ୍ତି ମ୍ୟାଚ ରେଫରୀ ପରିସ୍ଥିତି ଦେଖି ରିପ୍ଲେସମେଣ୍ଟ ଅନୁମତି ଦେବେ ।  ମିଳିଥିବା ରିପୋର୍ଟ ଅନୁସାରେ ନୂଆ ନିୟମ ଡବ୍ଲୁଟିସି ପ୍ରଥମ ଟେଷ୍ଟ ମ୍ୟାଚରୁ ଲାଗୁ ହେବ । ଯାହା ଜୁନ୍‌ ୧୭ରୁ ଶ୍ରୀଲଙ୍କା ଏବଂ ବାଂଲାଦେଶରେ ହେବ ।

hiranchal ad1
Leave A Reply

Your email address will not be published.

5 × three =