ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଜିତେନ୍ଦ୍ରଙ୍କ ଶେଷକୃତ୍ୟ ସମ୍ପନ୍ନ

0 168

ବୌଦ୍ଧ : ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସେନା ଯବାନ ଜିତେନ୍ଦ୍ର ହୋତାଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଛି। ବୌଦ୍ଧ ଜିଲ୍ଲା ସଦର ମହକୁମା ବଗିଚା ସାହିର ଜିତେନ୍ଦ୍ର ହୋତା ଭାରତୀୟ ସେନା ବାହିନୀରେ ଗନ ମ୍ୟାନ ଭାବରେ କାର୍ଯ୍ୟ କରୁଥିବା ବେଳେ ଗତ ଦୁଇ ଦିନ ପୂର୍ବରୁ ସେ ଛୁଟିରେ ଆସି ବୌଦ୍ଧରୁ ନିଜ କାର୍ଯ୍ୟ କ୍ଷେତ୍ରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ତେବେ ହଠାତ ଜିତେନ୍ଦ୍ର ଙ୍କ ଆକସ୍ମିକ ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିବା ପରେ ବୌଦ୍ଧ ଜିଲ୍ଲା ରେ ଶୋକର ଛାୟା ଖେଳି ଯାଇଥିଲା। ମଙ୍ଗଳବାର ଜିତେନ୍ଦ୍ରଙ୍କ ମରଶରୀର ବୌଦ୍ଧରେ ପହଂଚିବା ପରେ ତାଙ୍କ ବଗିଚାସାହି ବାସ ଭାବନରେ ଶହଶହ ଲୋକ ତାଙ୍କ ଶେଷ ଦର୍ଶନ ପାଇଁ ପହଂଚିଥିଲେ। ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ, ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ବୌଦ୍ଧ ର ପୂର୍ବତନ ବିଧାୟକ ପ୍ରଦୀପ କୁମାର ଅମାତ, ପିଡି ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ସାଂସଦ ପ୍ରତିନିଧି ଯୁଗଳ କିଶୋର ସାମଲ, ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶି ପ୍ରତ୍ୟୁଷ ରଥ, ବୌଦ୍ଧ ବିଡ଼ିଓ ଯୁଧିଷ୍ଠିର ମେହେର, ହରଭଙ୍ଗା ବିଡ଼ିଓ ଶରତ ସେଠି ପ୍ରମୁଖ ଙ୍କ ସହ ସେନା ବାହିନୀର ବରିଷ୍ଠ ଅଧିକାରୀ ତଥା ବହୁ ବିଶିଷ୍ଟ ବ୍ୟକ୍ତି ଜିତେନ୍ଦ୍ର ଙ୍କ ଶେଷ ଦର୍ଶନ ସହ ସବାଧାର ରେ ସାମିଲ ହୋଇଥିଲେ। ବୌଦ୍ଧ ସ୍ମଶାନରେ ବୌଦ୍ଧ ପୋଲିସ ପକ୍ଷରୁ ଜିତେନ୍ଦ୍ର ଙ୍କ ମର ଶରୀର ସମ୍ମୁଖରେ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା।

hiranchal ad1
Leave A Reply

Your email address will not be published.

eighteen + 16 =