ଏହି ସବୁ ଦେଶର ନାଗରିକଙ୍କୁ ଆମେରିକା ମନା

0 123

ଓ୍ବାଶିଂଟନ: ବିଦେଶୀ ନାଗରିକଙ୍କ ପାଇଁ ଆମେରିକାରେ କଟକଣା। ୧୨ ଦେଶର ଲୋକଙ୍କୁ ଆମେରିକା ମନା। ଆମେରିକାରେ ପ୍ରବେଶ କରିପାରିବେନି ୧୨ ଦେଶର ନାଗରିକ। ଏଥିସହ ଅନ୍ୟ ୭ଟି ଦେଶରୁ ଆସୁଥିବା ଲୋକଙ୍କ ଉପରେ ଆଂଶିକ କଟକଣା ଲାଗୁ କରାଯାଇଛି। ଏ ସମ୍ପର୍କିତ ନୂଆ ଘୋଷଣାପତ୍ର ଜାରି କରିଛି ଟ୍ରମ୍ପ ପ୍ରଶାସନ।

hiring

ନୂଆ ଘୋଷଣାପତ୍ର ଅନୁସାରେ, ଆଫଗାନିସ୍ତାନ, ମିଆଁମାର, କଙ୍ଗୋ, ଇରାନ, ଲିବିଆ, ସୋମାଲିଆ, ସୁଦାନ, ୟେମେନ, ହୈତି, ଇରିଟ୍ରିଆ, ଚାଡ଼, ଇକ୍ଵାଟୋରିଆଲ୍ ଗିନି ଉପରେ ଆମେରିକାରେ ପ୍ରବେଶ ନେଇ କଟକଣା ଲଗାଇଛି ଟ୍ରମ୍ପ ସରକାର। ଏହି ଦେଶଗୁଡ଼ିକର ନାଗରିକମାନେ ଆଉ ଆମେରିକାରେ ପ୍ରବେଶ କରିପାରିବେ ନାହିଁ। ଏହି ପ୍ରତିବନ୍ଧକ ସୋମବାର ସକାଳ ୧୨ଟା ୦୧ରୁ କାର୍ଯ୍ୟକାରୀ ହେବ। ଏଥିସହ ଅନ୍ୟ ୭ଟି ଦେଶ ବୁରୁଣ୍ଡି, କ୍ୟୁବା, ଲାଓସ, ସିଏରା ଲିଓନ, ଟୋଗୋ, ତୁର୍କମେନିସ୍ତାନ ଏବଂ ଭେନେଜୁଏଲାର ନାଗରିକଙ୍କ ଉପରେ ଆଂଶିକ କଟକଣା ଲଗାଯାଇଛି। ଆମେରିକାର ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଗ୍ରହଣ କରିଛି ଟ୍ରମ୍ପ ପ୍ରଶାସନ।

hiranchal ad1
Leave A Reply

Your email address will not be published.

nineteen + 18 =