କୁଲିହାରୀ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ପରିବେଶ ଦିବସ ପାଳିତ

0 330

ଧର୍ମଗଡ଼(ହୀ.ପ୍ର.):- ଜୁନାଗଡ଼ ବ୍ଲକ ଅନ୍ତର୍ଗତ କୁଲିହାରୀ ଉଚ୍ଚ ବିଦ୍ୟାଳୟଠାରେ ସଫଳତାର ସହିତ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ କର୍ତ୍ତବ୍ୟ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିଅନର ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସିଂହ ଦେଓ , ସମ୍ମାନିତ ଅତିଥି ରୂପେ ବି. ଇ. ଓ ତପନ ମାଝୀ ସ୍ଥାନୀୟ ସରପଞ୍ଚ ମଳୟ କୁମାର ଆଚାର୍ଯ୍ୟ, ବନପାଳ ଶ୍ରୀକାନ୍ତ ପଟ୍ଟନାୟକ, ବନପାଳ ବଳରାମ ଭୋଇ ପ୍ରମୁଖ ଯୋଗ ଦେଇ ପରିବେଶକୁ କିପରି ଭାବେ ସୁରକ୍ଷା କରାଯାଇ ପାରିବ ସେ ସମ୍ପର୍କରେ ଆଲୋକପାତ କରିଥିଲେ l

ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ ପାଢ଼ୀ ସଭାପତିତ୍ୱ କରିଥିଲେ । ଏହି ଦିବସରେ ପ୍ରଥମେ ଅତିଥି ମାନଙ୍କ ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହା ସହିତ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ସାଧାରଣ ଜ୍ଞାନ, ଚିତ୍ରାଙ୍କନ, ପ୍ରବନ୍ଧ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା l ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ୧୦ଶ୍ରେଣୀର ଛାତ୍ରୀ ପିଙ୍କି ନାୟକ ପ୍ରଥମ ସ୍ଥାନ ଅଧିକାର କରିଥିଲେ l

hiring

ସେହିପରି ଚିତ୍ରାଙ୍କନରେ ୧୦ମ ଶ୍ରେଣୀର ଛାତ୍ର ଭାବିସ ନାୟକ ପ୍ରଥମ ସ୍ଥାନ ଏବଂ ପ୍ରବନ୍ଧ ପ୍ରତିଯୋଗିତାରେ ପିଙ୍କି ନାୟକ ପ୍ରଥମ ହୋଇଥିଲେ । ବିଭିନ୍ନ ପ୍ରତିଯୋଗିତାରେ ସଫଳତା ପାଇଥିବା ଛାତ୍ରଛାତ୍ରୀ ମାନେ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ l ସେହିଭଳି ଜିଲ୍ଲା ସ୍ତରରେ ପ୍ରକୃତି ବନ୍ଧୁ ପୁରସ୍କାରରେ ପୁରସ୍କୃତ ଶିକ୍ଷକ ଶ୍ରୀ ପ୍ରମୋଦ ବିଶିଙ୍କୁ ମଧ୍ୟ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା l

ଅଧିକ ପଢ଼ନ୍ତୁ : କଳାହାଣ୍ଡି ଡେପୁଟି କଲେକ୍ଟର ନିଲମ୍ବିତ

hiranchal ad1
Leave A Reply

Your email address will not be published.

17 − nine =