ରାଜ୍ୟସ୍ତରୀୟ ସଂକୀର୍ତ୍ତନ ମହୋତ୍ସବର ଉଦଯାପିତ, ସଂକୀର୍ତ୍ତନ ଆମ ଲୋକ କଳା ଓ ସଂସ୍କୃତିର ଜୀବନ୍ତ ବାର୍ତ୍ତାବହ: ଯୁଗଳ ସାମଲ

0 181

କଣ୍ଟାମାଳ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ  ହରିଶଙ୍କର କଳା ମଣ୍ଡପଠାରେ ୨୦ତମ ଲୋକ କଳା ଉତ୍ସବ-୨୦୨୫ ଅବସରରେ ରାଜ୍ୟସ୍ତରୀୟ ସଂକୀର୍ତ୍ତନ ମହୋତ୍ସବ ଶୁକ୍ରବାର ଉଦଯାପିତ ହୋଇଯାଇଛି  l  ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାର ଓ ଓଡିଶା ମାଇନିଙ୍ଗ କାର୍ପୋରେସନ ତଥା ସାମାଜିକ ଅନୁଷ୍ଠାନ ପ୍ରଗତିର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ମହୋତ୍ସବରେ ସ୍ୱନାମାଧନ୍ୟ ସଂକୀର୍ତ୍ତନ ଦଳ ଓ ପାଲା ଦଳର ଢୋଲ,ମୃଦଙ୍ଗ, ଗିନି, ଝାଞ୍ଜର  ଶବ୍ଦ ଓ ସୁମଧୁର ସଂଗୀତର ସୁମଧୁର ଧୁନ ଓ ନୃତ୍ୟର ତାଳକୁ ହଜାର ହଜାର ଦର୍ଶକ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ମନଭରି ଉପଭୋଗ କରିଥିଲେ l 

ଉଦଯାପନୀ ସଭାରେ ମହୋତ୍ସବ ଆବାହକ ଦିବ୍ୟଶଙ୍କର ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ  ସଭାରେ ମହୋତ୍ସବ କମିଟିର ସଭାପତି ଭଗବାନ ମହାନ୍ତି ସଭାପତିତ୍ୱ କରିଥିଲେ l ଅତିଥି ଭାବେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, କଣ୍ଟାମାଳ ବିଧାୟକ  କହ୍ନlଇ ଚରଣ ଡାଙ୍ଗ,  ଦୈନିକ ଖବରକାଗଜ ହୀରାଞ୍ଚଳର ସମ୍ପାଦକ ଯୁଗଳ କିଶୋର ସାମଲ, ମହୋତ୍ସବ କମିଟିର ସମ୍ପାଦକ ଓମପ୍ରକାଶ ମିଶ୍ର ପ୍ରମୁଖ ଯୋଗଦେଇ ଚଳିତ ବର୍ଷ ନୂତନ ତଥା ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ ଚିନ୍ତାଧାରାକୁ ନେଇ  ଆୟୋଜିତ ରାଜ୍ୟସ୍ତରୀୟ ସଂକୀର୍ତନ ମହୋତ୍ସବର ଆୟୋଜନ କୁନେଇ ଭୁୟସୀ ପ୍ରଶଂସା କରିଥିଲେ  l

hiring

ସେହିପରି ସଂକୀର୍ତ୍ତନ ଆମ ଲୋକ କଳା ଓ ସଂସ୍କୃତିର ଜୀବନ୍ତ ବାର୍ତ୍ତାବହ ବୋଲି ହୀରାଞ୍ଚଳ ସମ୍ପାଦକ ଯୁଗଳ ସାମଲ କହିବା ଏଭଳି ମହୋତ୍ସବ ଆମ ଗ୍ରାମାଞ୍ଚଳରେ ରହୁ ଥିବା ଲୋକକଳା ଦଳ ମାନଙ୍କ ପାଇଁ ପ୍ରକୃଷ୍ଠ ମଞ୍ଚ l ରଞ୍ଜନ ପାତ୍ର ଓ ଶରତ କୁମାର ସାହୁ ସାଂସ୍କୃତିକ ମଞ୍ଚ ପରିଚାଳନା କରିଥିଲେ  l  ଉଦଯାପିତ ଦିବସରେ  କୀର୍ତ୍ତନଧାରାରେ ଗାୟକ ଡୋଳାମଣୀ ମାହାରଣା, ଇତିଶ୍ରୀ କର,ଚନ୍ଦନ ମାହାର, ସୁନିତା ପଟେଲ, ବାୟକ ବିଶ୍ଵାମିତ୍ର ପାଣ୍ଡେଙ୍କ କଳା ପ୍ରଦର୍ଶନରେ ହରିଶଙ୍କର କଳା ମଣ୍ଡପ ଦୁଲୁକି ଉଠିଥିଲା  l 

କାର୍ଯ୍ୟକ୍ରମକୁ ମହୋତ୍ସବ କମିଟିର ପ୍ରଦୀପ କୁମାର ଦାଶ, ଧର୍ମେନ୍ଦ୍ର ରଣା, ରାଜକିଶୋର ବାଘ, ସାନନ୍ଦ ମହାକୁଡ଼, ବିଶ୍ଵାମିତ୍ର ପାଢ଼ୀ, ଅକ୍ରୁର ସାହୁ, ଗଣେଷ ସାହୁ ପ୍ରମୁଖ ମହୋତ୍ସବ ପରିଚାଳନାରେ ସହଯୋଗ କରିଥିଲେ l

hiranchal ad1
Leave A Reply

Your email address will not be published.

one × 2 =