ଡିଜିଟାଲ ହୁଣ୍ଡିରେ ଦାନ ଦେବେ ଭକ୍ତ
ପୁରୀ : ଡିଜିଟାଲ ହୁଣ୍ଡିରେ ଶ୍ରୀମନ୍ଦିରକୁ ଦାନ ଦେବାପାଇଁ ନୂଆ ବ୍ୟବସ୍ଥା ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଆଉ ଏଥିପାଇଁ ଏକ କ୍ୟୁଆର କୋଡ଼ କରାଯାଇଛି। ପୁଣି ଏହାକୁ ସାଇବର ସୁରକ୍ଷା ନେଇ ocac କୁ ଦାୟିତ୍ୱ ଦିଆଯାଇଛି। ତେବେ ଏହାଦ୍ୱାରା ଦାତା ଶ୍ରୀମନ୍ଦିରକୁ ଦାନ ଅର୍ଥ ପଠାଇ ପରିବେ। ଏ ନେଇ ରାଜ୍ୟ ସରକାର ବିଭିନ୍ନ ବ୍ୟାଙ୍କର ସିଏମ୍ଡିଙ୍କ ସହ ଆଲୋଚନା କରିଥିବା ନେଇ ଗତକାଲି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଥିଲେ। ତେବେ ମହାପ୍ରଭୁଙ୍କ ପାଣ୍ଠି ବଢ଼ାଇବାକୁ ଏକ ପେମେଣ୍ଟ ସ୍କାନର ବ୍ୟବହାର କରିପାରିବେ। ଶ୍ରୀମନ୍ଦିରକୁ ଦାନ ଅର୍ଥ ପଠାଇବା ବ୍ୟବସ୍ଥା ଆହୁରି ସହଜ ଓ ତ୍ବରିତ ହେବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଖୋଲିବାକୁ ଯାଉଛି ଡିଜିଟଲ ହୁଣ୍ଡି। ଦେଶବ୍ୟାପୀ ବିଭିନ୍ନ ବ୍ୟାଙ୍କ ଶାଖରେ ରହିବ ଡିଜିଟଲ ହୁଣ୍ଡି । ଭକ୍ତମାନେ ଅନଲାଇନ ବ୍ୟବସ୍ଥା ଦ୍ୱାରା ଦାନ ଦେଇପାରିବେ। ଦେଶବ୍ୟାପୀ ବ୍ୟାଙ୍କ ଶାଖାରେ ଲାଗିବ ସ୍କାନର। ଆଉ ଏହାର ନାମ ହେବ “ସମର୍ପଣ’ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ଅଧୀନରେ ଦେଶର ବିଭିନ୍ନ ସ୍ଥାନରେ ବ୍ୟାଙ୍କର ବିଭିନ୍ନ ଶାଖାରେ ଡିଜିଟାଲ ହୁଣ୍ଡି ବ୍ୟବସ୍ଥା କରାଯିବ। ମୁଖ୍ୟମନ୍ତ୍ରୀ ଏ ନେଇ ବେଶ୍ ଗୁରୁତ୍ବ ଦେଉଥିବା ବେଳେ ଆଇନ ବିଭାଗ ଏହାର ମାର୍ଗଦର୍ଶିକା ପ୍ରସ୍ତୁତିରେ ଲାଗି ପଡ଼ିଛି । ତେବେ ଓଡ଼ିଶା ବା ଦେଶ ବାହାରେ ଜଗନ୍ନାଥ ଭକ୍ତ ପର୍ବପର୍ବାଣୀ ଦିନ ଦାନ କରିବାକୁ ଚାହିଁଲେ ଅନଲାଇନରେ କରିପାରିବେ।
