ହରଭଙ୍ଗା :ପଶ୍ଚିମ ଓ ପୂର୍ବ ଓଡିଶାର ସମ୍ପର୍କର ସେତୁ ବହୁ ପ୍ରତିକ୍ଷୀତ ଖୋର୍ଦ୍ଧା- ବଲାଙ୍ଗୀର ରେଳ ଲାଇନର ପୁଣି ଥର ଯାଞ୍ଚ କରିଛନ୍ତି ପୂର୍ବତଟ ରେଳ ବିଭାଗର ଜି ଏମ ପରମେଶ୍ୱର ପଙ୍କୱାଲ । ମଙ୍ଗଳବାର ଦିନ ସ୍ୱତନ୍ତ୍ର ନିରୀକ୍ଷଣ ରେଳ ରେ ବୌଦ୍ଧ ଜିଲ୍ଲା ରେ ପହଁଚି ପ୍ରଥମେ ବୌଦ୍ଧ ରେଲୱେ ଷ୍ଟେସନ ର ନିରୀକ୍ଷଣ କରିବା ସହ ଜିଲ୍ଲା ଷ୍ଟାଡିୟମକୁ ବୁଲି ଦେଖିଥିଲେ । ଅପରାହ୍ନରେ ବୌଦ୍ଧରୁ ପୁରୁଣା କଟକ ରେଲୱେ ଷ୍ଟେସନ ପହଁଚି ଷ୍ଟେସନ ପରିଦର୍ଶନ କରିବାପରେ ସ୍ଥଳ ପଥରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲେ । ପୂର୍ବରୁ ସିଆରଏସ ଯାଞ୍ଚ ପୁରୁଣାକଟକ ରେଳ ଷ୍ଟେସନ ପର୍ଯ୍ୟନ୍ତ ସାରିଥିଲେ ମଧ୍ୟ ଟ୍ରେନ ଗଡି ନ ଥିବା ନେଇ ବୌଦ୍ଧ ଜିଲ୍ଲା ବାସି ଆଶା ଆଶଙ୍କାରେ ରହିଥିବା ବେଳେ ଆଜି ପୁନଃ ଜିଏମ୍ଙ୍କ ଯାଞ୍ଚ ପରେ ଖୁବଶୀଘ୍ର ପୁରୁଣାକଟକରୁ ବଲାଙ୍ଗୀର ସମେତ ରାଜ୍ୟ ଓ ଦେଶ ବିଦେଶକୁ ରେଳ ଯାତ୍ରା କରିବେ ବୌଦ୍ଧବାସୀ । ରେଳ ଗଡ଼ିଲେ ବୌଦ୍ଧ ବାସି ଚଳିତ ବର୍ଷ ମହାପ୍ରଭୁଙ୍କ ଘୋଷ ଯାତ୍ରା ଦର୍ଶନ ରେଳ ଯାତ୍ରାରେ କରିବା ନେଇ ଆଶା ବାନ୍ଧିଛନ୍ତି । ଏପଟେ ଶୀଘ୍ର ବୌଦ୍ଧ ଜିଲ୍ଲାବାସୀ ପ୍ରଥମ ଥର କରି ଟ୍ରେନରେ ପୁରୀ ଯାତ୍ରା କରିବା ସୌଭାଗ୍ୟ ପାଇବେ ବୋଲି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତଟ ରେଳ ବିଭାଗ ଚିଫ ଇଞ୍ଜିନିୟର ଅଜୟ ସାମଲ । ଏହି ଗସ୍ତରେ ସମ୍ବଲପୁର ଡିଆରଏମଙ୍କ ସମେତ ଅନନ୍ୟ ଅଧିକାରୀ ଉପସ୍ଥିତ ରହିଥିଲେ ।
