ବୋମା ମାଡରେ ଦୁଇ ଗୁରୁତର

0 223

ପୁରୀ: ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଛୋଟପୁର୍ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକ ସେହି ଗ୍ରାମର ଜଣେ ରାସନ୍ ଦୋକାନୀଙ୍କ ଉପରକୁ ବୋମା ମାଡ଼ କରିଛନ୍ତି । ବୋମା ମାଡ଼ରେ ଦୋକାନୀ ବ୍ରଜବନ୍ଧୁ ମହାପାତ୍ର ଓ ତାଙ୍କର ଜଣେ ସମ୍ପର୍କୀୟ ଆଲୋକ ମହାପାତ୍ର ଗୁରୁତର ହୋଇ ପ୍ରଥମେ ରେବଣା ନୂଆ ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରା ଯାଇଛି । ବୋମା ମାଡ଼ ସମ୍ପର୍କରେ ଖବର ପାଇ ବ୍ରହ୍ମଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ବୋମା ବିସ୍ଫୋରଣ ପରେ ଘଟଣା ସ୍ଥଳରେ ପଡ଼ିଥିବା କାଗଜ ସୁତୁଲି ଓ ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରିଛି ।ଘଟଣା ସମ୍ପର୍କରେ ପୋଲିସ ତଦନ୍ତ ଜାରି ରହିଛି ।

hiranchal ad1
Leave A Reply

Your email address will not be published.

16 + 2 =