ମଙ୍ଗଳପୁର ଗ୍ରାମରେ ଜଳ କଷ୍ଟ

0 193

କୋକସରା: ଖରା, ବର୍ଷା, ଶୀତ,ବର୍ଷର ୧୨ ମାସ, ସବୁବେଳେ ଗାଁରେ ଦେଖା ଦେଇଥାଏ ଜଳ ସମସ୍ୟା। ଯାହା ଫଳରେ ପାନୀୟ ଜଳ ଟିକକ ପାଇଁ ନିଇତି ଦୁର୍ଦ୍ଦଶା ଭୋଗୁଛନ୍ତି ଗାଁ ଲୋକେ। ଏମିତି ଏକ ଚିତ୍ର ଦେଖିବାକୁ ମିଳୁଛି କୋକସରା ବ୍ଳକ ମଙ୍ଗଳପୁର ଗ୍ରାମରେ। ଗାଁରେ ପାଖାପାଖି ୫ ଶହ ଜନସଂଖ୍ୟା ରହିଛି। ଏ ମାନଙ୍କ ପାନୀୟ ଜଳ ନିମନ୍ତେ ୨ଟି ନଳକୂପ ସହ ଗୋଟିଏ ସୌର ଚାଲିତ ଜଳ ପ୍ରକଳ୍ପ ରହିଛି। ତନ୍ ମଧ୍ୟରୁ ଗୋଟିଏ ନଳକୂପରୁ କେବେ କେମିତି ପାଣି ବାହାରୁଥିବାବେଳେ ଗାଁ ବାହାରେ ଥିବା ଅନ୍ୟ ଏକ ନଳକୂପରୁ ପର୍ଯ୍ୟାପ୍ତ ପରିମାଣରେ ପାଣି ବାହାରୁ ନାହିଁ। ଏମିତି କି ସୌର ଚାଲିତ ଜଳ ପ୍ରକଳ୍ପରୁ ମଧ୍ୟ ଠିକ୍ ହିସାବରେ ପାଣି ଆସୁନାହିଁ। ଏବଂ ମଟର ପ୍ରୋବ୍ଳେମ ରହିଛି। ଗତ କିଛି ମାସ ଆଗରୁ ପାନୀୟ ଜଳ ପ୍ରକଳ୍ପରୁ ପାଇପ୍ ଯୋଗେ ମଙ୍ଗଳପୁର ବସ୍ତିକୁ ପାଣି ଯୋଗାଣ ହେଉଥିଲା। ହେଲେ ପାଇପ୍ ଲାଇନରେ କୈାଣସି ତୃଟି କାରଣରୁ ଏବେ ଆଉ ପାଣି ଆସୁନାହିଁ। ଯାହା ଫଳରେ ଗାଁରେ ଘୋର ଜଳ ସମସ୍ୟା ଦେଖାଦେଇଛି। ପୂର୍ବରୁ ଏହି ଗାଁରେ ପାନୀୟ ଜଳ ନିମନ୍ତେ ପ୍ରଶାସନ ପକ୍ଷରୁ ନଳକୂପ ଖୋଲିବା ପାଇଁ ଅନେକ ଚେଷ୍ଟା କରାଯାଇଛି। ହେଲେ ନଳକୂପ ଖନନ କଲେ ସଫଳ ହେଉ ନାହିଁ। ଏହା ପରଠାରୁ ଗାଁରେ ନଳକୂପ ଖୋଲିବା ପାଇଁ ପ୍ରଶାସନ ଚେଷ୍ଟା କରି ନାହିଁ। କିମ୍ବା ପାନୀୟ ଜଳ ପାଇଁ କୈାଣସି ବ୍ୟବସ୍ଥା କରିବାକୁ ଚେଷ୍ଟାକରା ଯାଇ ନଥିବା ଗ୍ରାମର ମଙ୍ଗରାଜ ନାଗ, ସତ୍ୟାନନ୍ଦ ନାଏକ, ଅଙ୍ଗଦ ନାଗ, ରିଖିରାମ ପୋଟା, ଇଶରାମ ନାଏକ, ବେଣୁଧର ନାଏକ, ସନୁରାମ ପୋଟା, ଶୁଭମ କୁମାର ନାଗ, କୈଳାଶ ନାଏକ, ରିଖିରାମ ନାଏକ ପ୍ରମୁଖ ଗ୍ରାମବାସୀ ପ୍ରକାଶ କରିଛନ୍ତି। ଜଳ ସମସ୍ୟାକୁ ନେଇ ଗାଁ ଲୋକେ ବାରମ୍ବାର ପ୍ରଶାସନକୁ ଜଣାଇଛନ୍ତି। କିନ୍ତୁ ଏଥିପ୍ରତି କାହାରି ଦୃଷ୍ଟି ପଡୁ ନାହିଁ। ଅନ୍ୟପଟେ ମେଗା ପାନୀୟ ଜଳ ପ୍ରକଳ୍ପ କୁ ଆଳ ଦେଖାଇ ଜଳ ସମସ୍ୟା ଦୂର କରିବା ପାଇଁ ପ୍ରଶାସନ ଧ୍ୟାନ ଦେଉ ନାହିଁ। ଯାହା ଫଳରେ ଗାଁରେ ବର୍ଷର ୧୨ ମାସ ପାନୀୟ ଜଳ ସମସ୍ୟା ଲାଗି ରହିଛି। ଜଳ ସମସ୍ୟା ଦୂର କରିବାକୁ ଗାଁ ବାହାରେ ଆଉ ଏକ ଡିପ୍ ବୋରୱଲ ଖୋଲି ପାଇପ ଯୋଗେ ପାଣି ଯୋଗାଣ କରିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି। ଏବଂ ବର୍ତ୍ତମାନ ପରିସ୍ଥିତିରେ ଗାଁରେ ଥିବା ସୈାର ଚାଳିତ ପାନୀୟ ଜଳ ପ୍ରକଳ୍ପକୁ ଠିକ୍ କରିବା ସହ ଶୀଘ୍ର ପାଇପ୍ ବିଛାଇ ଜଳ ଯୋଗାଣ କରିବା ପାଇଁ ଦାବି ହୋଇଛି। ଏନେଇ କୋକସରା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ଯଶୋବନ୍ତି ଭୋଇଙ୍କୁ ପଚାରିବାରୁ ଗାଁରେ ପାଇପ୍ ନିଆଯାଇଛି, ସିଘ୍ର ପାଇପ୍ ବିଛାଇବା ପାଇଁ ବ୍ୟବସ୍ଥା କରୁଛୁ ବୋଲି କହିଛନ୍ତି। ସେହିପରେ ସାନପୋଡାଗୁଡା ସରପଞ୍ଚ ଜୟରାମ ନାଗଙ୍କୁ ପଚାରିବାରୁ ସେ ମଧ୍ୟ ସମସ୍ୟାର ସମାଧାନ ଦିଗରେ ତୁରନ୍ତ ଦୃଷ୍ଟି ଦେବାକୁ କହିଛନ୍ତି।

hiranchal ad1
Leave A Reply

Your email address will not be published.

eighteen + four =