କାନାଡ଼ାରେ ପ୍ରଧାନମନ୍ତ୍ରୀ ମୋଦି

0 115

ନୂଆଦିଲ୍ଲୀ: ତ୍ରିରାଷ୍ଟ୍ରୀୟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଇପ୍ରସ୍ ପରେ ଆଜି (ମଙ୍ଗଳବାର) କାନାଡ଼ାରେ ପହଞ୍ଚିଛନ୍ତି । ଦୁଇଦିନିଆ ୫୧ତମ ଜି ୭ ଶିଖର ସମ୍ମିଳନୀରେ ସାମିଲ ହେବାକୁ କାନାଡ଼ାରେ ପହଞ୍ଚିଛନ୍ତି ମୋଦି । କାଲଗେରୀ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ଜି ୭ ଶିଖର ସମ୍ମିଳନୀ ହେବ । ବିଭିନ୍ନ ଦେଶର ନେତାଙ୍କ ସହ ଆଲୋଚନା କରିବେ ମୋଦି । ଜି-୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଭିମୁଖ୍ୟ ଉପରେ ବିଶ୍ୱର ନଜର ରହିଛି ।

hiranchal ad1
Leave A Reply

Your email address will not be published.

11 − 10 =