ଝାଡ଼ାବାନ୍ତି ବ୍ୟାପୁଥିବା ଅଞ୍ଚଳରେ ସ୍କୁଲ ବନ୍ଦ ନିଷ୍ପତ୍ତି ନେବେ ଜିଲାପାଳ

0 160

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲାକୁ ଝାଡ଼ାବାନ୍ତି ବ୍ୟାପୁଛି। ଝାଡ଼ାବାନ୍ତି ବ୍ୟାପୁଥିବା ଅଞ୍ଚଳରେ ସ୍କୁଲ ବନ୍ଦ ନିଷ୍ପତ୍ତି ନେବେ ଜିଲାପାଳ। ଡାଇରିଆ ସ୍ଥିତି ଅଣାୟତ ଥିଲେ ସ୍କୁଲ ବନ୍ଦ ରହିବ। ଏ ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି।

hiring

୫୮ଦିନ ପରେ ଆସନ୍ତା ୨୦ ତାରିଖରେ ସ୍କୁଲ ଖୋଲିଥାନ୍ତା। ପୂର୍ବଭଳି ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ। ଶିକ୍ଷୟିତ୍ରୀ ଶିକ୍ଷକ ସକାଳ ୯ଟା ୩୦ ସୁଦ୍ଧା ସ୍କୁଲରେ ପହଞ୍ଚତ୍ବେ ଏବଂ ଅପରାହ୍ନ ସାଢ଼େ ୪ଟା ଯାଏ କ୍ୟାମ୍ପସରେ ଉପସ୍ଥିତ ରହିବେ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବାବେଳେ ପିଲାଙ୍କ ପାଠପଢ଼ା ପାଇଁ ସ୍କୁଲଗୁଡ଼ିକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା
ମାତ୍ର ଏବେ ଝାଡ଼ାବାନ୍ତି ବ୍ୟାପୁଛି। ଏହାକୁ ଦୃଷ୍ଟିରେ ରଖି ଗଣଶିକ୍ଷା ମନ୍ତ୍ରୀ ଏଭଳି କହିଛନ୍ତି।

ଅତ୍ୟଧିକ ଖରା ଓ ଗରମ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୨ରୁ ବିଦ୍ୟାଳୟଗୁଡ଼ିକ ପାଇଁ ଖରାଛୁଟି ଘୋଷଣା କରିଥିଲେ। ୨୩ ତାରିଖରୁ ସ୍କୁଲ ବନ୍ଦ ରହିଥିଲା।

hiranchal ad1
Leave A Reply

Your email address will not be published.

19 − twelve =