ବୌଦ୍ଧ ସତ୍ୟ ସାଇ ସେବା ସଙ୍ଗଠନ ତରଫରୁ ରକ୍ତଦାନ ଶିବିର

0 145

ବୌଦ୍ଧ-ବୌଦ୍ଧ ସହରର ସାଇ ମନ୍ଦିର ଠାରେ ସତ୍ୟସାଇ ସେବା ସଙ୍ଗଠନ ତରଫରୁ ପ୍ରେମ ସଂଜିବନୀ ନାମରେ ଏକ ରକ୍ତଦାନ ଶିବିର ଆୟୋଜନ ହୋଇ ଯାଇଛି l ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଯୋଗଦେଇ ପ୍ରଦୀପ ପ୍ରଜ୍ଵଳିତ କରି ଉଦଘାଟନ କରିଥିଲେ l ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲପାଳ ଅନିରୁଦ୍ଧ ପ୍ରଧାନ ଓ ଜିଲ୍ଲା ରକ୍ତଦାତl ଓ ପ୍ରବର୍ତ୍ତକ ସଂଘ ର ସଭାପତି ତଥା ବରିଷ୍ଠ ରକ୍ତ ଦାତା ଅଧ୍ୟାପକ ଡ଼ଃ ପ୍ରବୀର କୁମାର ଦାସ ଯୋଗଦାନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ l ଏଥିରେ ସଂଗଠନର ୨୪ ଜଣ ସଦସ୍ୟ ରକ୍ତଦାନ କରି ଶିବିରକୁ ସଫଳ କରିଥିଲେ l ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ ସଙ୍ଗଠନର ସଭାପତି ନବ କିଶୋର ସ୍ୱାଇଁ l ସଂଗଠନର ଜିଲ୍ଲା ରକ୍ତଦାନ ସଂଯୋଜକ,ପୂର୍ଣ୍ଣଚନ୍ଦ୍ର ଭୋଇ ଏଥିରେ ବହୁ ସହଯୋଗ କରିଥିଲେ l ବ୍ଲଡ଼ ବ୍ୟାଙ୍କ ଅଧିକାରୀ ଡାକ୍ତର ବି କେ ଆର୍ ସି ହେମ୍ବ୍ରମ ଏବଂ ରକ୍ତ ଭଣ୍ଡାରର ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି ରକ୍ତ ସଂଗ୍ରହ ସହ ସଂପୂର୍ଣ୍ଣ ସହଯୋଗ କରିଥିଲେ l

hiranchal ad1
Leave A Reply

Your email address will not be published.

2 × three =