ଷ୍ଟାଣ୍ଡିଂ କମିଟିକୁ ବୌଦ୍ଧରେ ସ୍ୱାଗତ ସମ୍ବର୍ଦ୍ଧନା

0 61

ବୌଦ୍ଧ,୨୪/୬:- ଓଡିଶା ବିଧାନ ସଭାର ଗୃହ କମିଟିର ସଦସ୍ୟମାନେ ଗତକାଲି ସନ୍ଧ୍ୟାରେ ଜ଼ିଲ୍ଲାପାଳଙ୍କ ସଦଭାବନା ଗୃହଠାରେ ପହଞ୍ଚିିଥିଲେ । ବିଧାୟକ ଲକ୍ଷ୍ମଣ ବାଗଙ୍କ ଅଧ୍ୟକ୍ଷତାରେ ବିଧାୟକ ମାନଙ୍କୁ ନେଇ ଜିଲ୍ଲା ଗସ୍ତରେ ଆସିଥିବା ଗୃହ କମିଟି ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ଗୃହ ଠାରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ବୈଠକରେ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର, ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀ, ମାଲକାନଗିରି ବିଧାୟକ ନରସିଂହ ମାଡକାମି, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠି, ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ମୋହନା ବିଧାୟକ ଦାଶରଥି ଗମାଙ୍ଗ, କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ରାହୁଲ ଗୋଏ ଲ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା,ଉପ ଜ଼ିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, ସମସ୍ତ ବ୍ଲକ ସ୍ତରୀୟ ଏବଂ ଜ଼ିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ଏହି ବୈଠକରେ ଜଳସେଚନ, ଗ୍ରାମ୍ୟ ଜଳ ଯୋଗାଣ, ପର୍ଯ୍ୟଟନ, ପଂଚାୟତିରାଜ, ଶିକ୍ଷା, ଆବାସିକ ବିଦ୍ୟାଳୟ ହଷ୍ଟେଲ, ସମସ୍ତ ପ୍ରକଳ୍ପ କାମ, ଓରମାସ, ଉଦ୍ୟାନ ବିଭାଗର ସମୀକ୍ଷା କରାଯାଇଥିଲା । ଡେପୁଟି କଲେକ୍ଟର ଲିପସା ଭାରତୀ ଏହି ବୈଠକକୁ ପରିଚାଳନା କରିଥିଲେ । ଏକ ବର୍ଷ ମଧ୍ୟରେ ଭଲ କାମ କରିଥିବାରୁ ଗୃହ କମିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ବାଗ ସମସ୍ତଙ୍କୁ ବହୁତ ପ୍ରଶଂସା କରିବା ସହ କର୍ତ୍ତବ୍ୟ ସୁଚାରୁ ଭାବେ ସମ୍ପାଦନ କରିବା ପାଇଁ ଆହ୍ୱାନ କରିଥିଲେ । ସମସ୍ତଙ୍କ ଆଚାର, ବ୍ୟବହାର ଏବଂ ଉପସ୍ଥିତି ପାଇଁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

hiranchal ad1
Leave A Reply

Your email address will not be published.

16 + 7 =