ସୂଚନା ଅଧିକାର କର୍ମୀଙ୍କ ଦ୍ବାରା ପ୍ରଶିକ୍ଷଣ ଶିବିର ଆୟୋଜିତ

0 170

କଟକ ଜିଲ୍ଲାର ଚୌଦ୍ୱାର ଅନ୍ତର୍ଗତ ମୁଣ୍ଡମାଳ ଅଞ୍ଚଳରେ ଥିବା ଝୋଟେଶ୍ୱର ମନ୍ଦିର ପରିସରରେ ଏକ ସୂଚନା ଅଧିକାର ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରରେ ରାଜ୍ୟସ୍ତରୀୟ ଅତିଥିମାନେ ଯୋଗଦେଇ ସୂଚନା ଅଧିକାର ଆଇନ ବିଷୟରେ ମତ ଦେଇଥିଲେ । ଚୌଦ୍ୱାର ମୁଣ୍ଡମାଳ ଅଞ୍ଚଳରେ ଅବସ୍ଥିତ ଝୋଟେଶ୍ୱର ମନ୍ଦିର ପରିସରରେ ସୂଚନା ଅଧିକାର କର୍ମଚାରୀଙ୍କ ପାଇଁ ଏକ ଅବଗତିମୂଳକ ଶିବିର ଆୟୋଜିତ ହୋଇଥିଲା ।

hiring

ଏହି କାର୍ଯ୍ୟକ୍ରମର ନେତୃତ୍ୱ ଦେଇଥିଲେ ସୂଚନା ଅଧିକାରୀ ଶ୍ରୀ ହରିହର ବେଉରା । ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସୂଚନା ଅଧିକାର ଅଭିଯାନର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ ଓ କୃକାନ୍ତ ପାକଲ ଯୋଗ ଦେଇଥିଲେ । ଅତିଥିମାନେ ସୂଚନା ଅଧିକାର ଆଇନ ଉପରେ ଅଲୋଚନା କରି ଏହାକୁ ଏକ ସଶକ୍ତ ଅସ୍ତ୍ର ବୋଲି ଉଲ୍ଲେଖ କରିଥିଲେ । ଏହି ଶିବିରରେ ପ୍ରାୟ ୫୦ ରୁ ଅଧିକ ସୂଚନା ଅଧିକାର କର୍ମଚାରୀ ଯୋଗଦେଇଥିଲେ ।

ଏହି ଅଭିଯାନ ମାଧ୍ୟମରେ ଆଇନ ସମ୍ପର୍କରେ ନୂଆ ଅଭିଜ୍ଞତା ଓ ଜ୍ଞାନ ଅର୍ଜନ କରିଥିଲେ ଲୋକେ । ସୂଚନା ଅଧିକାର ଆଇନ ଉପରେ ଏପରି ଶିବିର ସମାଜକୁ ଉଜାଗର କରିବା ଓ ଦାୟିତ୍ୱଶୀଳ ଶାସନ ପ୍ରତି ଆସ୍ଥା ବଢ଼େଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି । ଏପରି ପ୍ରଶିକ୍ଷଣ ଶିବିର ମାଧ୍ୟମରେ ଆଇନ ବିଷୟରେ ସଚେତନତା ବଢ଼ିବା ସହ ଲୋକଙ୍କୁ ତାଙ୍କର ଅଧିକାର ବିଷୟରେ ସ୍ପଷ୍ଟ ଧାରଣା ମିଳିପାରିବ ।

hiranchal ad1
Leave A Reply

Your email address will not be published.

three + 18 =