ଭାରତ ନିର୍ବାଚନ ଆୟୋଗ ଦ୍ବାରା ସାମର୍ଥ୍ୟ ବୃଦ୍ଧି କାର୍ଯ୍ୟକ୍ରମ ଆରମ୍ଭ, ବୌଦ୍ଧ ଜିଲ୍ଲାରୁ ଯୋଗଦେଲେ ୨ବୁଥସ୍ତରୀୟ ଅଧିକାରୀ

0 92

ବୌଦ୍ଧ: ୫୦୦ ଜଣ କ୍ଷେତ୍ର କର୍ମଚାରୀଙ୍କ ପାଇଁ ଭାରତ ନିର୍ବାଚନ ଆୟୋଗ ୨ ଦିନିଆ ସାମର୍ଥ୍ୟ ବୃଦ୍ଧି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଡେମୋକ୍ରାସି ଆଣ୍ଡ ଇଲେକ୍ସନ ମ୍ୟାନେଜମେଣ୍ଟ (ଡିଇଏମ୍)ରେ ବୁଥ ସ୍ତରୀୟ ଅଧିକାରୀ (ବିଏଲ୍‌ଓ)/ପର୍ଯ୍ୟବେକ୍ଷକଙ୍କ ପାଇଁ ତ୍ରୟୋଦଶ ବ୍ୟାଚର ତାଲିମ ଆରମ୍ଭ ହୋଇଛି। ଭାରତର ମୁଖ୍ୟ କମିଶନର ଜ୍ଞାନେଶ କୁମାର ୫୦୦ ଜଣ ଅଂଶଗ୍ରହଣକାରୀଙ୍କୁ ସମ୍ବୋଧିତ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭକରିଥିଲେ। ଓଡ଼ିଶାରୁ ୫୩ ଜଣ ଏଥିରେ ଭାଗ ନେଇଛନ୍ତି । ବୌଦ୍ଧ ଜିଲ୍ଲାରୁ ଉକ୍ତ ସାମର୍ଥ୍ୟ ବୃଦ୍ଧି କାର୍ଯ୍ୟକ୍ରମରେ ପଦ୍ମନାଭ ପ୍ରଧାନ CRCC,(ବିଏଲ୍‌ଓ ପର୍ଯ୍ୟବେକ୍ଷକ), ଏବଂ ଚକ୍ରଧର ମେହେର (BLO)ଯୋଗ ଦେଇଥିଲେ । ଏହା ଦେଶରେ ପ୍ରଥମ ଥର ପାଇଁ ଆୟୋଜନ ହୋଇଛି । ଏ ସଂପର୍କରେ ଡେପୁଟି କଲେକ୍ଟର ତୃପ୍ତିମୟୀ ଜେନା ସୂଚନା ଦେଇଛନ୍ତି । ଉଦ୍‌ଘାଟନୀ ଭାଷଣରେ, ମୁଖ୍ୟ ନିର୍ବାଚ କମିଶନର ଜ୍ଞାନେଶ କୁମାର କହିଛନ୍ତି ଯେ ଭୋଟର ତାଲିକା ଓ ନିର୍ବାଚନ ପ୍ରସ୍ତୁତି କଡ଼ାକଡ଼ି, ଲୋକ ପ୍ରତିନିଧିତ୍ବ ଆଇନ ୧୯୫୦, ୧୯୫୧, ଭୋଟର ପଞ୍ଜିକରଣ ନିୟମ ୧୯୬୦, ନିର୍ବାଚନ ଆଚରଣ ନିୟମ ୧୯୬୧ ଏବଂ ନିର୍ବାଚନ ଆୟୋଗଙ୍କ ଦ୍ବାରା ଜାରି ନିର୍ଦ୍ଦେଶାବଳୀ ଅନୁଯାୟୀ କରିବା ପାଇଁ ଏହି ତାଲିମ କାର୍ଯ୍ୟକ୍ରମ ଜରୁରୀ ବୋଲି କହିଥିଲେ ।

hiranchal ad1
Leave A Reply

Your email address will not be published.

7 − two =