ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ପଲ୍ଲୀ ବିକାଶ ଉଚ୍ଚ ବିଦ୍ୟାଳୟ, ଲୁଣୀବାହାଲ ଠାରେ ଜିଲ୍ଲା ଜୁନିୟର ରେଡକ୍ରସ୍ ପରାମର୍ଶଦାତାଙ୍କ ତ୍ରିଦିବସୀୟ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇ ଯାଇଛି। ବୌଦ୍ଧ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ୍ ଦୂବେଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ କଳାହାଣ୍ଡି ସୁଶାନ୍ତ କୁମାର ଚୋପଦାର, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ସୁବାଷ ପ୍ରଧାନ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିଆରସିଂ,ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ, ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ହାଡିବନ୍ଧୁ ବେହେରା, ଜିଲ୍ଲା ଜୁନିଅର୍ ରେଡକ୍ରସ୍ ସମ୍ପାଦକ ଆନନ୍ଦ କୁମାର ବେହେରା, ପଲ୍ଲୀ ବିକାଶ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ତୃପ୍ତି ରଞ୍ଜନ ଦାନୀ, ବୌଦ୍ଧ ଜିଲ୍ଳା ଜୁନିଅର୍ ରେଡ଼କ୍ରସ୍ ଅଧିକାରୀ ନବ କିଶୋର ଦୀପ ମଞ୍ଚାସୀନ ଥିଲେ। ଏହାର ଉଦ୍ଘାଟନୀ କାର୍ଯ୍ୟକ୍ରମ ଅବସରରେ ଆୟୋଜିତ ରକ୍ତଦାନ ଶିବିରରେ ୧୭୧ଜଣ ରକ୍ତଦାନ କରିଥିଲେ ଏବଂ ଅତିଥିଙ୍କ ଦ୍ୱାରା ସମୂହ ବୃକ୍ଷ ରୋପଣ କରାଯାଇଥିଲା। ଅଗ୍ନିଶମ ବିଭାଗ ତରଫରୁ ବିପତ୍ତି ସମୟରେ ଉଦ୍ଧାର କାର୍ଯ୍ୟ, ଟ୍ରାଫିକ୍ ପୁଲିସ ପକ୍ଷରୁ ଅଶୋକ ପାଣ୍ଡିଆ ସଡ଼କ ସୁରକ୍ଷା ଉପରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମରେ ମାଷ୍ଟର ଟ୍ରେନର ଭାବେ ନବ କିଶୋର ଦୀପ, ସନ୍ତୋଷ କୁମାର ସ୍ବାଇଁ ଓ ବନମାଳୀ ମେହେର ତିନି ଦିନ ଧରି ଜୁନିଅର୍ ରେଡ଼କ୍ରସ୍ କାଉନସିଲର ମାନଙ୍କୁ ରେଡ଼କ୍ରସ ୟୁନିଟ ପ୍ରସ୍ତୁତ ଓ ତାହାର ଇତିହାସ ସଂପର୍କରେ ଅବଗତ କରାଇବା ସହ ପ୍ରାଥମିକ ଚିକିତ୍ସା, ବିପର୍ଯ୍ୟୟ ପରିଚାଳନା,ବିଦ୍ୟାଳୟ ସୁରକ୍ଷା ବିଷୟରେ ତାଲିମ୍ ପ୍ରଦାନ କରିଥିଲେ। ପ୍ରମୋଦ କୁମାର ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ବନମାଳୀ ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ | ବିଭିନ୍ନ ବିଦ୍ୟାଳୟରୁ ୬୦ ଜଣ ଶିକ୍ଷକଶିକ୍ଷୟତ୍ରୀ ଯୋଗଦାନ କରିଥଲେ। ପୁରୁଣାକଟକ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯାଇଥିଲା।ସ୍ଥାନୀୟ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ ତଥା ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ରୂପାୟନ ହୋଇଥିଲା।
