ସୌମ୍ୟଶ୍ରୀଙ୍କ ବିୟୋଗରେ ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ କ୍ୟାଣ୍ଡେଲ ଶୋଭାଯାତ୍ରା

0 252

ଦଶପଲ୍ଲା : ମୃତ୍ୟୁ ସହିତ ୬୦ ଘଣ୍ଟାର ଲଢେଇ କରି ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଭୋଗରାଇ ବ୍ଲକର ଛାତ୍ରୀ ସୌମ୍ୟାଶ୍ରୀ ବିଶି। ସୋମବାର ବିଳମ୍ବିତ ରାତିରେ ଏମସ କତୃପକ୍ଷ ତାଙ୍କୁ ମୃତ (କ୍ଲିନିକାଲ ଡେଥ )ଘୋଷଣା କରିଥିଲେ। ବିଳମ୍ବିତ ରାତ୍ରିରେ ଏହି ଖବର ଶୁଣିବା ପରେ ସମସ୍ତେ ସ୍ତମ୍ଭିଭୂତ ହୋଇଯାଇଥିବା ବେଳେ ୧୨ ତାରିଖ ମଧ୍ୟାହ୍ନରେ ପୀଡ଼ିତା ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଏହି ଦୁଃଖଦ ଖବର ଏବେ ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଥିବା ବେଳେ ଆଜି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଟାକରା ମେଡିକାଲ ଠାରୁ ଆରମ୍ଭ କରି ଗୋପାଳପୁର, ରଥିପୁର ଅଞ୍ଚଳ ପରିକ୍ରମା କରି ଟାକରା ବଜାର ପରିକ୍ରମା କରି ଏହି ଶୋଭାଯାତ୍ରା ଶେଷରେ ଟାକରା ସ୍ଥିତ ବାବା ସିଦ୍ଧେସ୍ୱର ମନ୍ଦିର ନିକଟରେ ପହଞ୍ଚିଥିଲା। ସେଠି ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିବା ବେଳେ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଦାବି ରଖିଥିଲେ ଟ୍ରଷ୍ଟର ସଭ୍ୟ ଓ ଉପସ୍ଥିତ ମହିଳା, ଯୁବକ ଓ ଛାତ୍ର। ଉକ୍ତ କାର୍ଯ୍ୟକ୍ରମରେ ଟାକରା ଗ୍ରାମପଂଚାୟତ ସରପଞ୍ଚ ମଦନ କୁମାର ଯାନୀ ଯୋଗଦେଇଥିବା ବେଳେ ଟ୍ରଷ୍ଟର ଅଧ୍ୟକ୍ଷ ପ୍ରିୟବ୍ରତ ଆଚାର୍ଯ୍ୟ, ସମ୍ପାଦକ ନିହାର ରଞ୍ଜନ ମହାନ୍ତି, ସଭ୍ୟ ମାନସ କୁମାର ପରିଡ଼ା, ଚନ୍ଦନେଶ୍ୱର ଦାସ, ମନ୍ମଥ କୁମାର ସାହୁ, ସନ୍ତୋଷ କୁମାର ସାହୁ, ଚନ୍ଦ୍ର ଶେଖର ନାଏକ, ଛବିରାଜ ସାହୁ, ସମ୍ବିତ ଭଟ୍ଟ, ବିଦ୍ୟାଧର ମୁଦୁଲି,ନାରାୟଣ ସାହୁ, ରାଜ କିଶୋର ବେହେରା, ସତ୍ୟବ୍ରତ ଆଚାର୍ଯ୍ୟ ଉପସ୍ଥିତ ଥିବା ବେଳେ ପରାମର୍ଶ ଦାତା କମିଟି ସଭ୍ୟ ପ୍ରମୋଦ କୁମାର ସାହୁ, ରତ୍ନାକର ହୋତା ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିର୍ମଳ ଚନ୍ଦ୍ର ବାରିକ ଙ୍କ ଭଳି ଶତାଧିକ ସମାଜସେବୀ, ବୁଦ୍ଧିଜୀବୀ, ଛାତ୍ର, ଯୁବକ, ମହିଳା ସାମିଲ ହୋଇଥିଲେ।କ୍ୟାଣ୍ଡେଲ ଶୋଭାଯାତ୍ରା ପରେ ବାବା ସିଦ୍ଧେଶ୍ୱର ମନ୍ଦିର ପ୍ରାଙ୍ଗଣରେ ନିରବ ପ୍ରାର୍ଥନା କରାଯିବା ସହିତ ସୌମ୍ୟାଶ୍ରୀ ଙ୍କ ପରିବାର ଲୋକଙ୍କୁ ୧କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରିବା ପାଇଁ ଉପସ୍ଥିତ ଜନସାଧାରଣ ଗଣମାଧ୍ୟମ ସମୁଖରେ ଦାବି ରଖିବା ସହିତ ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି ରଖିଥିଲେ।

hiranchal ad1
Leave A Reply

Your email address will not be published.

eighteen − eight =