ଦେଢଶୁରଙ୍କ କୋଦାଳ ଚୋଟରେ ଭାଇବୋହୂଙ୍କ ମୃତ୍ୟୁ

0 97

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର ଢେପାଗୁଡା ଗ୍ରାମରେ ଦେଢଶୁରଙ୍କ କୋଦାଳ ଚୋଟରେ ଭାଇବୋହୂଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। 

hiring

ପରିବାର ଲୋକଙ୍କ କହିବା ଅନୁଯାୟୀ ଆଜି ସକାଳେ ଭାଇ ବୈମାଝୀ ପ୍ରେପକା ନିଜ ବିଲକୁ ଯାଇ କାମ କରୁଥିବା ବେଳେ ତାଙ୍କ ସ୍ତ୍ରୀ ଶୈଳେନ୍ଦ୍ରୀ ସାରକା (୩୫) ଘରେ ରୋଷେଇ କରୁଥିଲେ। ଦେଢଶୁର ଲତ୍ରା ପ୍ରେପକା (୬୦) ଧରିଥିବା କୋଦାଳରେ ଭାଇବୋହୂର ମୁଣ୍ଡରେ ଚୋଟ ମାରିଥିଲେ। ଯାହାଫଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘରେ ପଡ଼ିରହିଥିଲେ ସେ। ପୁଣି ଉକ୍ତ ଘଟଣା ନିଜ ପରିବାରକୁ ଲତ୍ରା କହିଥିଲେ। କିନ୍ତୁ ପରିବାର ଲୋକେ ବିଶ୍ୱାସ କରିନଥିଲେ। ବାରମ୍ବାର କହିବାରୁ ପିଲାମାନେ ଯାଇ ଦେଖିବା ବେଳେ ଶୈଳେନ୍ଦ୍ରୀ ସାରକା ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିରହିଥିଲେ। ଖବର ପାଇ ସ୍ୱାମୀ ବୈମାଝୀ ପ୍ରେପକା  ଆସି ଦେଖିବା ପରେ ସଙ୍ଗେସଙ୍ଗେ ରୋଗୀବୁହା ଗାଡ଼ିକୁ ଯୋଗାଗୋଗ କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରି ଅବସ୍ଥା ସଙ୍କଟାପନ୍ନ ହୋଇଥିବାରୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଦେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

hiranchal ad1
Leave A Reply

Your email address will not be published.

4 − 1 =