ବୌଦ୍ଧ ଜିଲା ପରିଷଦ ବୈଠକ

0 154

ବୌଦ୍ଧ, ୧୮/୭:-ସ୍ଥାନୀୟ ପଞ୍ଚାୟତଭବନ ସମ୍ମିଳନୀ କକ୍ଷଠାରେ ପରିଷଦର ଅଧ୍ୟକ୍ଷା ପ୍ରଭାସିନୀ ଦାସଙ୍କ ଅଧ୍ୟକ୍ଷତାରେ ଜ଼ିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ର ବିବରଣୀ ଅନୁସାରେ ମନରେଗା ଯୋଜନାରେ ଜିଲା ପାଇଁ ୧୭,୫୦,୦୦୦ ଶ୍ରମ ଦିବସ ଅଟଳଳ ଧାର୍ଯ୍ୟ ଲକ୍ଷ୍ୟ ରଖାଯାଇଥିବାବେଳେ ଅଦ୍ୟାବଧି ୮,୩୯,୭୭୫ ଟି ଶ୍ରମଦିବସ ସୃଷ୍ଟି କରାଯାଇଛି । ସେଥିମଧ୍ୟରୁ ବୌଦ୍ଧ ବ୍ଲକରେ ୪୮,ହରଭଙ୍ଗା ବ୍ଲକରେ ୧୦ ଓ କଣ୍ଟାମାଳ ବ୍ଲକରେ ୨୯ ଗୋଟି ୧୦୦ ଦିନ ଶ୍ରମ ଦିବସ ସୃଷ୍ଟି କରାଯାଇପାରିଛି । ଏଥିପାଇଁ ୮୪,୪୦,୨୫,୦୦୦ ଆର୍ଥିକ ଖର୍ଚ୍ଚ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ଅଦ୍ୟାବଧି ୨୫୪୯,୭୧ ଲକ୍ଷ ଖର୍ଚ୍ଚ କରାଯାଇଛି । ଜଙ୍ଗଲ ବିଭାଗକୁ ୯୦ ଗୋଟି ପ୍ରକଳ୍ପ ପାଇଁ ୧୫,୯୭,୩୯,୧୫୭ ଟଙ୍କା ଅନୁଦାନ ଦିଆଯାଇଥିବାବେଳେ ସେଥିମଧ୍ୟରୁ ପାରିଶ୍ରମିକ ବାବଦକୁ ୯,୬୩,୨୦,୮୦୨ ଟଙ୍କା ଓ ମେଟେରିଆଲ ବାବାଦକୁ ୨,୨୯,୫୦,୭୫୪ ଟଙ୍କା ପ୍ରଦାନ କରାଯାଇଛି । ଉଦ୍ୟାନ କୃଷି ବିଭାଗକୁ ୨୦୨୪-୨୫ ଆର୍ଥିକ ବର୍ଷରେ ମୋଟ ୬୨୭ ଗୋଟି ପ୍ରକଳ୍ପ ପାଇଁ ୭,୪୯,୩୧,୫୬୦ ଟଙ୍କା ଅନୁମୋଦନ କରାଯାଇଛି । ସେଥିମଧ୍ୟରୁ ପାଣିଶ୍ରମିକ ବାବଦକୁ ୫,୧୯,୮୦,୮୦୬ ଟଙ୍କା ଓ ମେଟେରିଆଲ ବାବଦକୁ ୨,୨୯,୫୦,୭୫୪ ଟଙ୍କା ଅନୁଦାନ ଯୋଗାଇଦିଆଯାଇଛି । ସେହିପରି କୃଷି ବିଭାଗକୁ ୮୪ ଗୋଟି ପ୍ରକଳ୍ପ ପାଇଁ ୯୯.୧ ଲକ୍ଷ ଟଙ୍କା ଅନୁମୋଦ ନରାଯାଇଛି । ସେଥିମଧ୍ୟରୁ ଅଣକୁଶଳୀ ୬୭,୩୮,୩୬୬ ଟଙ୍କା ଓ ମେଟେରିଆଲ ପାଇଁ ୩୧,୩୧,୬୩୪ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଛି । ସେଚାଞ୍ଚଳ ଉନ୍ନୟନ ବିଭାଗକୁ ୩୯ ଗୋଟି ପ୍ରକଳ୍ପ ପାଇଁ ୨,୯୭,୯୯,୭୩୦ ଟଙ୍କା ଅନୁମୋଦନ କରାଯାଇଥିବାବେଳେ ସେଥିମଧ୍ୟରୁ ପାରିଶ୍ରମିକ ବାବଦକୁ ୧,୭୭,୨୮,୮୯୩ ଟଙ୍କା ଓ ମେଟେରିଆଲ ବାବଦକୁ ୧,୧୦,୭୦,୮୩୭ ଟଙ୍କା ଖର୍ଚ୍ଚ ପାଇଁ ଅନୁମୋଦନ କରାଯାଇଛି । ବୈଠକରେ ଦିଆଯାଇଥିବା ସୂଚନା ମୁତାବକ ଚଳିତ ଆର୍ଥିକବର୍ଷରେ ବୌଦ୍ଧ ଜିଲା ପାଇଁ ୧୭,୫୦,୦୦୦ ଶ୍ରମ ଦିବସ ସୃଷ୍ଟି କରିବାକୁ ସରକାର ଲକ୍ଷଧାର୍ଯ୍ୟ କରିଥିବାବେଳେ ଅଦ୍ୟାବଧି ୮,୩୯,୭୭୫ ଗୋଟି ଶ୍ରମ ଦିବସ ସୃଷ୍ଟି କରି ବୌଦ୍ଧଜିଲା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି । ସେହିପରି ଶ୍ରମିକମାନଙ୍କୁ ଠିକ୍ ସମୟରେ ପାରିଶ୍ରମିକ ଦେବାରେ ବୌଦ୍ଧ ଜିଲା ୯୯.୯୩% ଲକ୍ଷ୍ୟ ହାସଲ କରି ରାଜ୍ୟରେ ଚତୁର୍ଥ ସ୍ଥାନରେ ରହିଛି । ସରକାରଙ୍କ ନୂତନ ନିୟମ ଅନୁଯାୟି କୌଣସି କାର୍ଯ୍ୟରେ ୩୦ କିମ୍ବା ତଦୁର୍ଦ୍ଧ ଶ୍ରମିକ ନିୟୋଜିତ ହେଲେ ତାହା ପ୍ରତିଦିନ ଦୁଇଥର ଉପସ୍ଥାନ ଦିଆଯିବାକୁ ନିର୍ଦ୍ଦେଶ ରହିଛି । ଏହି କ୍ଷେତ୍ରରେ ବୌଦ୍ଧ ଜିଲା ୯୮.୨୦% ଲକ୍ଷ ହାସଲ କରି ରାଜ୍ୟରେ ଚତୁର୍ଥ ସ୍ଥାନରେ ରହିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଜିଲାକୁ ୯୨୭୯ ଗୋଟି ଗୃହ ଲକ୍ଷ ଧାର୍ଯ୍ୟ ହୋଇଥିବାବେଳେ ସେଥିମଧ୍ୟରୁ ୮୮୯୮ ଗୋଟି ଗୃହ ସଂପୁର୍ଣ୍ଣ ହୋଇଛି । ଅନ୍ତ୍ୟୋଦୟ ଗୃହ ଯୋଜନାରେ ୨୦୨୪-୨୫ରେ ଜିଲାକୁ ଜିଲାକୁ ୨୨୧ ଗୋଟି ଗୃହ ନିର୍ମାଣ ଲକ୍ଷ୍ୟ ଧାର୍ଯ୍ୟ କରାଯାଇ ବଣ୍ଟନ କରାଯାଇଛି । ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୧୩୦୮ ଗୋଟି ଗୃହ ନିର୍ମାଣ ପାଇଁ ଲକ୍ଷଧାର୍ଯ୍ୟ କରାଯାଇଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୨୨୬ ଟି ଗୃହ ବଣ୍ଟନ କରାଯାଇଛି । ଚଳିତବର୍ଷ ଜିଲାକୁ ୧୫ଶ କେନ୍ଦ୍ରୀ ଅର୍ଥ କମିଶନ ଅନୁଦାନ ବାବଦକୁ ୭୦୭୩୮୮୪.୦୦ ଟଙ୍କା ମିଳିଥିବାବେଳେ ଏହି ଅର୍ଥ ମଧ୍ୟରୁ ଶତକଡା ୬୦ ଭାଗ ଅର୍ଥ ପାନୀୟଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥା ନିମନ୍ତେ ଖର୍ଚ୍ଚ କରାଯିବ । ୫ଶ ରାଜ୍ୟ ଅର୍ଥ କମିଶନ ଅନୁଦାନ ବାବଦକୁ ଜିଲାକୁ ୮୭୪୨୯୯୩.୦୦ ଟଙ୍କା ଅନୁଦାନ ମିଳିଛି । ଏହି ଅର୍ଥ ମଧ୍ୟରୁ ଶତକଡା ୫୦ ଭାଗ ଅର୍ଥ ପାନୀୟଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥା ନିମନ୍ତେ ଖର୍ଚ୍ଚ କରାଯିବ । ଓଡ଼ିଶା ଜିବିକା ମିଶନ କାର୍ଯ୍ୟକ୍ରମ ପରିପ୍ରେକ୍ଷିରେ ବୌଦ୍ଧଜିଲାର ସମସ୍ତ ବ୍ଲକକୁ ସଘନ ବ୍ଲକ ଭାବରେ ନିଆଯାଇଛି । ବିଗତବର୍ଷ ଜିଲାର ୩୭ଗୋଟି ପଞ୍ଚାୟତର ୭୪୯ ଗୋଟି ସ୍ୱୟଂସହାୟକ ଦଳକୁ ୮,୨୨,୬୦,୦୦୦.୦୦ ଟଙ୍କାର ଗୋଷ୍ଠୀ ବିନିଯୋଗ ପାଣ୍ଠି ଯୋଗାଇଦିଆଯାଇଛି । ଚଳିତବର୍ଷ ଅଦ୍ୟାବଧି ୭୦୧ ଗୋଟି ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ବ୍ୟାଙ୍କ ସଂଯୋଗୀକରଣ ଜରିଆରେ ୨୮,୪୮,୪୬,୦୦୦.୦୦ ଟଙ୍କାର ବ୍ୟାଙ୍କ ଋଣ ଯୋଗାଇଦିଆଯାଇଛି । ଏହାବ୍ୟତୀତ ବୈଠକରେ ଜିଲାର ଜଳସେଚନ, ରାସ୍ତା ସଂଯୋଗୀକରଣ, ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରାଣୀସଂପଦ, ମହିଳା ଓ ଶିଶୁ କଲ୍ୟାଣ, ଖ୍ୟାଦ୍ୟ ଯୋଗାଣ, ସମବାୟ ଓ ହସ୍ତତନ୍ତ ସମେତ ବିଭିନ୍ନ ବିଭାଗ ପକ୍ଷରୁ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରାଯାଇଥିଲା । ବୈଠକରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, କଣ୍ଟାମାଳ ବିଧାୟକ କହ୍ନାଇଁ ଚରଣ ଡାଙ୍ଗ,କନ୍ଧମାଳ ସାଂସଦ ପ୍ରତିନିଧି ଯୁଗଳ କିଶୋର ସାମଲ, ଜିଲାପାଳ ସୁବ୍ରତ କୁମାର ପଣ୍ଡା ଙ୍କ ସମେତ ସମସ୍ତ ଜିଲାପରିଷଦ ସଭ୍ୟ ସଭ୍ୟା ଓ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ସଭା ଆରମ୍ଭରେ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଜ଼ିଲ୍ଲା ପରିଷଦ ପ୍ରଭାସ ଚନ୍ଦ୍ର ଦଣ୍ଡସନା ସମସ୍ତ ଙ୍କୁ ସ୍ୱାଗତ କରିଥିବା ବେଳେ ବୈଠକ ଶେଷରେ ଜ଼ିଲ୍ଲା ପଂଚାୟତ ଅଧିକାରୀ ମନୋରଞ୍ଜନ ମହାନ୍ତି ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

hiranchal ad1
Leave A Reply

Your email address will not be published.

fifteen − nine =