ରାସ୍ତା ଦୁର୍ଘଟଣାରେ ଜଣେ ମୃତ, ରାସ୍ତା ଅବରୋଧ

0 179

ବଲାଙ୍ଗୀର – ଏନ୍ ଏଚ୍ 57 ପୁଇନ୍ତଲା ବ୍ଳକ ପାଖରେ ଏକ ହାଇଓ୍ବା ଧକ୍କାରେ ପୁଇନ୍ତଲା ଗ୍ରାମର ସର୍ବେଶ୍ଵର ସୁଗ୍ରୀଙ୍କ ମୃତ୍ୟୁବରଣ ହୋଇଥିଲା। ଏ ଘଟଣାରୁ ଲୋକେ ରାସ୍ତା ଅବରୋଧ କରିଥିଲେ । ଫଳରେ ଯାତାୟାତ 2ଘଣ୍ଟା ରୁ ଅଧିକ ଠପ୍ ହୋଇଥିଲା। ରାସ୍ତାରେ ଟାୟାର ଜାଳି ଆନ୍ଦୋଳନକାରୀ ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ଅନ୍ୟାନ୍ୟ ଦାବୀ ରଖିଛନ୍ତି। ଘଟଣାସ୍ଥଳରେ ସ୍ଥାନୀୟ ପୁଇନ୍ତଲା ଥାନାଧିକାରୀଣୀ, ବଲାଙ୍ଗୀର ସଦର ଏସଡିପିଓ, ବିଡ଼ିଓ, ତହସିଲଦାର ପହଞ୍ଚି ବୁଝାସୁଝା କରିଥିଲେ। ତେବେ 2ଘଣ୍ଟା ରୁ ଅଧିକ ସମୟ ଏନ୍ଏଚ୍ ଉଭୟ ପାଖରେ ଶହଶହ ଗାଡି ମଟର ଅଟକି ରହିଥିଲା।

hiranchal ad1
Leave A Reply

Your email address will not be published.

five × two =