ବସ୍‌କୁ ଧକ୍କା ଦେଲା ଟ୍ରକ୍ , ୧୮ କାଉଡ଼ିଆଙ୍କ ମୃତ୍ୟୁ

0 160

ଝାଡ଼ଖଣ୍ଡ : କାଉଡି ଯାତ୍ରାରୁ ଶେଷ ଯାତ୍ରା । ବସ୍‌କୁ ଧକ୍କା ଦେଲା ଟ୍ରକ୍ । ୧୮ କାଉଡ଼ିଆଙ୍କ ମୃତ୍ୟୁ । ଝାଡ଼ଖଣ୍ଡର ଦେଓଘରର ମୋହନପୁର ଥାନା ଅଞ୍ଚଳର ଜାମୁନିଆ ମୋଡ଼ ନିକଟରେ ଗୋଡ୍ଡା ଦେଓଘର ମୁଖ୍ୟ ରାସ୍ତାରେ ଘଟିଛି ଘଟଣା । ମଙ୍ଗଳବାର ସକାଳେ ଘଟିଛି ବଡ଼ ଦୁର୍ଘଟଣା ଘଟିଛି । ଯେଉଁଠାରେ ବସ୍ ସହିତ ଟ୍ରକ୍‌ର ଧକ୍କା ହୋଇଥିଲା । 

hiring

ଯାହା ଫଳରେ ୧୮ ଜଣ କାଉଡ଼ିଆଙ୍କ ମୃତ୍ୟୁ ହୋଇଥିଲା । ଘଟଣା ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୫ଟା ସମୟରେ ଘଟିଥିବା କୁହାଯାଉଛି । ସ୍ଥାନୀୟ ଲୋକମାନେ ଘଟଣାର ସୂଚନା ମୋହନପୁର ଥାନା ଇନ୍‌ଚାର୍ଜ ପ୍ରିୟରଞ୍ଜନଙ୍କୁ ଦେଇଥିଲେ। ଏହା ପରେ ପ୍ରିୟରଞ୍ଜନ କୁମାର ଫୋର୍ସ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ । ମୋହନପୁର ବ୍ଲକ ଡେଭଲପମେଣ୍ଟ ଅଫିସରଙ୍କୁ ଏ ବିଷୟରେ ଜଣାଇଥିଲେ।

ସ୍ଥାନୀୟ ଲୋକଙ୍କ କହିବା କଥା ଦୁର୍ଘଟଣାରେ ୨୦ରୁ ଅଧିକ ଭକ୍ତ ଆହତ ହୋଇଛନ୍ତି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସ୍ ଟି ଖଣ୍ଡ ଖଣ୍ଡ ହୋଇଯାଇଥିଲା। ସ୍ଥାନୀୟ ବିଜେପି ସାଂସଦ ନିଶିକାନ୍ତ ଦୁବେ ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ମୋ ଲୋକସଭା ନିର୍ବାଚନମଣ୍ଡଳୀ ଦେବଘରରେ ଶ୍ରାବଣ ମାସରେ କାଉଡ଼ି ଯାତ୍ରା ସମୟରେ ଏକ ବସ୍ ଓ ଟ୍ରକ୍ ମଧ୍ୟରେ ଦୁର୍ଘଟଣା ଯୋଗୁଁ ୧୮ ଜଣ ଭକ୍ତଙ୍କ ମୃତ୍ୟୁ ହୋଇଛି । ବାବା ବୈଦ୍ୟନାଥ ସେମାନଙ୍କ ପରିବାରକୁ ଦୁଃଖ ସହିବା ପାଇଁ ଶକ୍ତି ଦିଅନ୍ତୁ ।

hiranchal ad1
Leave A Reply

Your email address will not be published.

fourteen − 2 =