ମହାପ୍ରଭୁଙ୍କୁ ସପରିବାର ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

0 160

ପୁରୀ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ପରିବାର ସହ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିରରେ ମହାପ୍ରଭୁ ଙ୍କୁ ଦର୍ଶନ ପରେ ମହାପ୍ରଭୁଙ୍କ ଚାଲିଥିବା ଝୁଲଣ ଯାତ୍ରା ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ନୀଙ୍କ ସହ ରହି ଦେଖିଥିଲେ। ପରେ ମୁକ୍ତି ମଣ୍ଡପ ଯାଇ ବ୍ରାହ୍ମଣ ଙ୍କ ଆଶୀର୍ବାଦ ନେଇଥିଲେ। ପରେ ଶ୍ରୀବେଢାରେ ଥିବା ଦେବୀ ବିମଳା ଓ ମହାଲକ୍ଷ୍ମୀଙ୍କ ମନ୍ଦିର ଯାଇ ଦର୍ଶନ କରିଥିଲେ। ତେବେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ସିଂହ ଦ୍ଵାର ନିକଟରେ ପହଞ୍ଚିବା ପରେ ଶ୍ରୀମନ୍ଦିର ସେବାୟତମାନେ ମହାପ୍ରଭୁଙ୍କ ଖଣ୍ଡୁଆ ପ୍ରଦାନ କରି ସ୍ବାଗତ କରିଥିଲେ। ପରେ ଶ୍ରୀମନ୍ଦିରକୁ ପାଛୋଟି ନେଇଥିଲେ। ତେବେ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିରରୁ ପ୍ରତ୍ୟାବର୍ତ୍ତନ ବେଳେ ସିଂହ ଦ୍ଵାର ନିକଟରେ ସେବାୟତ ମାନେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ପତ୍ନୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ମୁଖ୍ୟମନ୍ତ୍ରୀ ସହ ଦର୍ଶନ ବେଳେ ଉପସ୍ଥିତ ଥିବା ଶ୍ରୀମନ୍ଦିର ସେବାୟତ ସୋମନାଥ ଖୁଣ୍ଟିଆ ନିଜ ପ୍ରତିକ୍ରିୟାରେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଏହା ସମ୍ପୂର୍ଣ ବ୍ୟକ୍ତିଗତ ଗସ୍ତ ରହିଥିଲା। ସେ ତାଙ୍କ ପତ୍ନୀଙ୍କ ସହ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ରାଜ୍ୟ ମଙ୍ଗଳ କାମନା କରିଥିଲେ ମୁଖ୍ୟମନ୍ତ୍ରୀ।

hiranchal ad1
Leave A Reply

Your email address will not be published.

4 + eight =