ହରଭଙ୍ଗା: ହରଭଙ୍ଗା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ସେଠୀଙ୍କ ଅନ୍ୟତ୍ର ବଦଳି ହୋଇଛି l ସେ ଜଣେ ଦକ୍ଷ ଅଧିକାରୀ ଭାବେ ହରଭଙ୍ଗା ବ୍ଲକ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ 11.03.2024ରେ କାର୍ଯ୍ୟଭାର ଗ୍ରହଣ କରି ଉପାନ୍ତ ଅଂଚଳ ସହିତ ଶିକ୍ଷା, ସ୍ୱାସ୍ଥ୍ୟ,ଗମନା ଗମନ ଉପରେ ବ୍ଲକ ର ସ୍ଥିତି କୁ ସୁଦୃଢ କରିବା ସହିତ ଜଣେ ମିଷ୍ଟାଭାସି, ପରୋପକାରୀ ସଚ୍ଚୋଟ ଅଧିକାରୀ ଥିଲେ l ଶ୍ରୀ ସେଠୀଙ୍କ ବଦଳି ନେଇ ଆଜି ହରଭଙ୍ଗା ବ୍ଲକ ର 22ଗୋଟି ପଂଚାୟତ ର ସରପଞ୍ଚ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ l ନୂଆପଡା ଡ୍ୟାମ ଠାରେ ଥିବା ଫରେଷ୍ଟ ୱାଚଟାୱାର ଠାରେ ସରପଞ୍ଚ ସଂଘ ର ସଭାପତି ନିହାର ଘୋଷ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ବିଡ଼ିଓ ଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଦେଇ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇ ଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ 22ଗୋଟି ପଞ୍ଚାୟତ ର ସରପଞ୍ଚ ସଂଘ ର ସମ୍ପାଦକ ଅଶୋକ କୁମାର ସେଠି, ସରପଞ୍ଚ ଅଜିତ ପ୍ରଧାନ, ଅଜିତ ବାରିକ, ଇନ୍ଦୁମତୀ ଝଙ୍କାର, ଲଷ୍ମୀପ୍ରିୟା ପ୍ରଧାନ, ଚନ୍ଦନା ବେହେରା, ହରି ନାଏକ, ଗଣେଶ ବେହେରା, କଲ୍ୟାଣୀ ପ୍ରଧାନ, ଝୁନୁ ବେହେରା, ପ୍ରବାସିନୀ ଯୋଶୀ, ସୁଜାତା କର୍ଣ୍ଣ, ପ୍ରଦୀପ କହଁର,ରଂଜିତ ବେହେରା, ସୁଶ୍ରୀତା ଛନ୍ଦ, ଶକୁନ୍ତଳା ବେହେରା, ମାମୁନି ବାଘ, ବିନୋଦିନୀ ପ୍ରଧାନ, ସୌଦାମିନୀ ମଲ୍ଲିକ, ପ୍ରତିମା କହଁର ପ୍ରମୁଖ ଉପସ୍ଥିତ ରହିଥିଲେ l
