ଭୁବନେଶ୍ୱର,: ୫ ଜିଲାର ବନ୍ୟା କ୍ଷୟକ୍ଷତି ରିପୋର୍ଟ ସମ୍ପର୍କରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର ବଡ଼ ସୂଚନା ଦେଇଛନ୍ତି। କେନ୍ଦୁଝର, ବାଲେଶ୍ୱର, ମୟୁରଭଞ୍ଜ, ଯାଜପୁର, ଭଦ୍ରକ ଜିଲାରେ ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଛି।

ବନ୍ୟାରେ ମୋଟ ୬ କୋଟି ୬୬ ଲକ୍ଷ ୧୭ ହଜାର ୫୫ ଟଙ୍କା ଖର୍ଚ୍ଚ ହୋଇଥିବା ମନ୍ତ୍ରୀ କହିଛନ୍ତି। ଜିଲାପାଳମାନେ କ୍ଷତିଗ୍ରସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରିଛନ୍ତି। ଏପରିକି ଫସଲ ନଷ୍ଟ ପାଇଁ କ୍ଷତିପୂରଣ ମଧ୍ୟ ଜିଲାପାଳମାନଙ୍କୁ ପଠାଇ ଦିଆଇଛି। ପାଣି ବିଶୋଧନ ଅର୍ଥ ବି ପଠାଯାଇଛି। ଏପରିକି ଘର ନଷ୍ଟ, ଲୁଗା, ବାସନ, ମତ୍ସ୍ୟଜୀବୀ, ଉଦ୍ଧାର କାର୍ଯ୍ୟ ଖର୍ଚ୍ଚ ମଧ୍ୟ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି।
