କନ୍ଧମାଳ ଆସୁଛନ୍ତି ବିଜେପି ରାଜ୍ୟ ସଭାପତି ,ତ୍ରିରଙ୍ଗା ଯାତ୍ରା ଓ ସ୍ବାମୀଜୀଙ୍କ ଆଶ୍ରମ କରିବେ ଗସ୍ତ,

0 361

ଫୁଲବାଣୀ : ଲଗାତାର ଦ୍ଵିତୀୟ ଥର ରାଜ୍ୟ ବିଜେପି ସଭାପତି ପଦ ଅଳଙ୍କୃତ କରିବା ପରେ ପ୍ରଥମ ଥର ପାଇଁ କନ୍ଧମାଳ ଜିଲ୍ଲାକୁ ଦୁଇ ଦିନିଆ ଗସ୍ତ କରିବେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ସେଥିପାଇଁ ଚଳଚଞ୍ଚଳ ଜିଲ୍ଲା ବିଜେପି ଶିବିର। ଆସନ୍ତା ୧୩ ଓ ୧୪ ତାରିଖ ଦୁଇ ଦିନ ଜିଲ୍ଲା ଗସ୍ତ କରିବେ ଶ୍ରୀ ସାମଲ। ଏନେଇ ସ୍ଥାନୀୟ ସର୍କିଟ ହାଉସ ଠାରେ ଜିଲ୍ଲା ସଭାପତି ପଣ୍ଡିତ ବିଶିମାଝି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବିସ୍ତୃତ ସୂଚନା ଦେଇଛନ୍ତି l ଭାଜପା ରାଜ୍ୟ ସଭାପତି ଆସନ୍ତା ୧୩ ତାରିଖ ସନ୍ଧ୍ୟାରେ ବାଲିଗୁଡ଼ାରେ ପହଞ୍ଚି ରାତ୍ରି ଯାପନ କରିବା ପରେ ୧୪ ତାରିଖ ପୂର୍ବାହ୍ନ ୮ ଟାରେ ଜଲେଶପଟ୍ଟା ଆଶ୍ରମ ଅଭିମୁଖେ ଯିବେ। ସେଠାରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ କର୍ମ ପୀଠ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ପରେ ବାଲିଗୁଡାରେ ତ୍ରିରଙ୍ଗା ଶୋଭାଯାତ୍ରାରେ ଯୋଗଦେବେ । ଅପରାହ୍ନ ଗୋଟାଏ ବେଳେ ଫୁଲବାଣୀରେ ପହଞ୍ଚିବା ପରେ ବିଶାଳ ବାଇକ ରାଲିରେ ସ୍ଵାଗତ କରାଯିବ। ପରେ ଜିଲ୍ଲା ସଦର ମହକୁମା ଫୁଲବାଣୀରେ ଅନୁଷ୍ଠିତ ତ୍ରିରଙ୍ଗା ଯାତ୍ରାରେ ଯୋଗଦେବା ସହିତ ଦେଶ ବିଭାଜନର ବିଭିଷିକା କାର୍ଯ୍ୟକ୍ରମ, ପୂଜ୍ୟ ପୂଜା କାର୍ଯ୍ୟକ୍ରମ ଯୋଗଦାନ କରିବେ। ଏହା ପରେ ପାର୍ଟି କର୍ମକର୍ତ୍ତାଙ୍କ ସହ ଦଳୀୟ ଚିନ୍ତନ କରିବେ। ପରେ ପରେ ଚକାପାଦ ଠାରେ ସ୍ବାମୀଜୀଙ୍କ ସମାଧି ପୀଠ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି ଭୁବନେଶ୍ଵର ଫେରିବା କାର୍ଯ୍ୟକ୍ରମ ରହିଛି। ଏହା ସହିତ ଜିଲ୍ଲାରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ୧୫ ତାରିଖ ସନ୍ଧ୍ୟାରେ ପତାକା ଅବତରିତ ହେବ ବୋଲି ସୂଚନା ଦିଆଯାଇଛି ।
ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ,ଜାତୀୟ ପରିଷଦ ସଦସ୍ୟ ସଞ୍ଜିତ କୁମାର ମଣ୍ଡଲ, ବରିଷ୍ଠ ନେତା ଗୁରୁରାମ ପାତ୍ର, ଅଜିତ ପଟ୍ଟନାୟକ,ରମେଶ ଚନ୍ଦ୍ର ମହାନ୍ତି,ଜଗନ୍ନାଥ (ଟିକୁ) ସାହୁ ପ୍ରମୁଖ ଉପସ୍ଥିତ ଥିଲେ l

hiranchal ad1
Leave A Reply

Your email address will not be published.

seventeen − twelve =