ରାହୁଲଙ୍କୁ ଏମିତି କହିଲେ ନିର୍ବାଚନ କମିସନ

0 133

ନୂଆଦିଲ୍ଲୀ : ଭୋଟଚୋରି ଅଭିଯୋଗ ଆଣିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ନିର୍ବାଚନ କମିସନ। କମିସନ ସ୍ପଷ୍ଟଭାବେ କହିଛନ୍ତି ଯେ ଶପଥପତ୍ର ଦାଖଲ କରିବାକୁ ହେବ ନଚେତ୍ କ୍ଷମା ମାଗିବାକୁ ହେବ । କୌଣସି ତୃତୀୟ ବିକଳ୍ପ ନାହିଁ । ଯଦି ୭ ଦିନ ମଧ୍ୟରେ ସେ ଶପଥପତ୍ର ନ ଦିଅନ୍ତି ତେବେ ଅଭିଯୋଗ ଭିତ୍ତିହୀନ ବୋଲି ଧରାଯିବ ।

hiring

ଜଣେ ଯଦି କହିବ ଯେ ଭୋଟର ତାଲିକାରେ ଜଣେ ବ୍ୟକ୍ତିଙ୍କର ଦୁଇଥର ନାଁ ରହିଛି ମାନେ ସେ ଦୁଇଥର ଭୋଟ ଦେଇଛନ୍ତି, ତେବେ ନିର୍ବାଚନ କମିସନ ଚୁପ ହୋଇ ବସିବେ ନାହିଁ। ଅଭିଯୋଗକାରୀଙ୍କୁ ଶପଥପତ୍ର ଦେବାକୁ ହିଁ ପଡ଼ିବ, ନଚେତ ଦେଶବାସୀଙ୍କୁ କ୍ଷମା ମାଗିବାକୁ ପଡିବ : ନିର୍ବାଚନ କମିସନ
ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେନ୍ଦ୍ର କୁମାର କହିଛନ୍ତି ଯେ ଯଦି କୌଣସି ବ୍ୟକ୍ତି ଏକ ପିପିଟି (ପାଓ୍ବାର ପଏଣ୍ଟ ପ୍ରେଜେଣ୍ଟେସନ) ଦେଇ, ଯାହାକି କମିସନଙ୍କ ତଥ୍ୟ ନୁହେଁ, ଦାବି କରେ ଯେ ଅମୁକ ପୋଲିଂ ଅଫିସର କହିଛନ୍ତି ଯେ ଜଣେ ମହିଳା ଦୁଇଥର ଭୋଟ ଦେଇଛନ୍ତି, ତେବେ ତାହାକୁ ବିନା ଶପଥପତ୍ରରେ ଗ୍ରହଣ କରାଯାଇପାରିବ ନାହିଁ । ସେ କହିଛନ୍ତି ଯେ ଜଣେ ଯଦି କହିବ ଯେ ଭୋଟର ତାଲିକାରେ ଜଣେ ବ୍ୟକ୍ତିଙ୍କର ଦୁଇଥର ନାଁ ରହିଛି ମାନେ ସେ ଦୁଇଥର ଭୋଟ ଦେଇ ଆଇନଗତ ଅପରାଧ କରିଛନ୍ତି, ତେବେ ନିର୍ବାଚନ କମିସନ ଚୁପ ହୋଇ ବସିବେ ନାହିଁ। ଅଭିଯୋଗକାରୀଙ୍କୁ ଶପଥପତ୍ର ଦେବାକୁ ହିଁ ପଡ଼ିବ, ନଚେତ ଦେଶବାସୀଙ୍କୁ କ୍ଷମା ମାଗିବାକୁ ପଡିବ ।

hiranchal ad1
Leave A Reply

Your email address will not be published.

two − 2 =