ମହିଳା ବିଶ୍ୱକପ୍ ପାଇଁ ଆଇସିସି ପୁରସ୍କାର ରାଶି ଘୋଷଣା, ଜାଣନ୍ତୁ ବିଜେତା ଦଳକୁ କେତେ ଟଙ୍କା ମିଳିବ

0 154

ନୂଆଦିଲ୍ଲୀ: ଖୁବ ଶୀଘ୍ର ଆରମ୍ଭ ହେବ ଫଟାଫଟ କ୍ରିକେଟର ମହାକୁମ୍ଭ । ମହିଳା କ୍ରିକେଟ ବିଶ୍ୱକପ୍‌-୨୦୨୫ ଆରମ୍ଭ ହେବାକୁ ଆଉ ଗୋଟିଏ ମାସରୁ କମ୍ ସମୟ ବାକି ଅଛି । ଏହି ଅବସରରେ ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଭାରତ ଏବଂ ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାକୁ ଥିବା ଏହି ମେଗା ଟୁର୍ଣ୍ଣାମେଣ୍ଟ ପାଇଁ ପୁରସ୍କାର ରାଶି ଘୋଷଣା କରିଛି ।
୮ଟି ଦଳ ବିଶିଷ୍ଟ ଏହି ବଡ଼ ଟୁର୍ଣ୍ଣାମେଣ୍ଟ ପାଇଁ ମୋଟ ଅଙ୍କର ପୁରସ୍କାର ରାଶି ଘୋଷଣା କରାଯାଇଛି । ୧୩.୮୮ ମିଲିୟନ ଆମେରିକୀୟ ଡଲାର ଅର୍ଥାତ୍ ପ୍ରାୟ ୧୨୨ କୋଟି ଟଙ୍କା ସ୍ଥିର କରାଯାଇଛି । ଏହା ୨୦୨୨ରେ ନ୍ୟୁଜିଲ୍ୟାଣ୍ଡରେ ଖେଳାଯାଇଥିବା ପୂର୍ବ ସଂସ୍କରଣ ତୁଳନାରେ ୨୯୭ ପ୍ରତିଶତ ଅଧିକ । ସେତେବେଳେ ମୋଟ ପୁରସ୍କାର ରାଶି ମାତ୍ର ୩.୫ ମିଲିୟନ ଆମେରିକୀୟ ଡଲାର ଅର୍ଥାତ୍ ୩୦ କୋଟି ଟଙ୍କା ଥିଲା । ଏପରିକି ବିଜେତାଙ୍କୁ ଆଇପିଏଲ ଠାରୁ ବି ଦୁଇ ଗୁଣା ଟଙ୍କା ମିଳିବ ।
ମହିଳା ବିଶ୍ୱକପ୍ ବିଜେତା ଦଳର ପୁରସ୍କାର ରାଶି ୨୩୯% ବୃଦ୍ଧି କରାଯାଇଛି ଏବଂ ବିଜେତା ଦଳ ଏବେ ୪.୪୮ ନିୟୁତ ଆମେରିକୀୟ ଡଲାର (ପ୍ରାୟ ୩୯.୫ କୋଟି ଟଙ୍କା) ପାଇବ । ଉପବିଜେତା ଦଳକୁ ୨.୨୪ ନିୟୁତ ଆମେରିକୀୟ ଡଲାର (ପ୍ରାୟ ୧୯.୭୭ କୋଟି ଟଙ୍କା) ମିଳିବ । ସେହିପରି ସେମିଫାଇନାରେ ହାରିଥିବା ଦଳକୁ ୧.୧୨ନିୟୁତ ଆମେରିକୀୟ ଡଲାର (ପ୍ରାୟ ୯.୮ କୋଟି ଟଙ୍କା ମିଳିବାକୁ ଥିବା ବେଳେ ଗ୍ରୁଫ୍ ଷ୍ଟେଜ୍ ବିଜେତା ଦଳକୁ ୩୦.୨୮ ଲକ୍ଷ ପାଖାପାଖି ଟଙ୍କା ମିଳିବ । ଅନ୍ୟପକ୍ଷରେ ପଞ୍ଚମ ଓ ଷଷ୍ଠ ସ୍ଥାନରେ ଥିବା ଦଳକୁ ପ୍ରାୟ ୬.୧୭ କୋଟି ଟଙ୍କା ମିଳିବାକୁ ଥିବା ବେଳେ ସପ୍ତମ ଓ ଅଷ୍ଟମ ସ୍ଥାନରେ ଥିବା ଦଳକୁ ପ୍ରାୟ ୨.୪୭ କୋଟି ଟଙ୍କା ମିଳିବ । ସେହିପରି ଗ୍ରୁଫ୍ ଷ୍ଟେଜ୍‌ରେ ଭାଗ ନେଇଥିବା ଦଳକୁ ୨.୨୦ କୋଟି ଟଙ୍କା ମିଳିବ ।

hiranchal ad1
Leave A Reply

Your email address will not be published.

8 + ten =