ଦୁର୍ଗାପୂଜା ପୂର୍ବରୁ କୋଲକାତାରେ ପ୍ରବଳ ବର୍ଷା, 7 ମୃତ

0 135

କୋଲକାତ: ସୋମବାର ରାତିରୁ ମଙ୍ଗଳବାର ପର୍ଯ୍ୟନ୍ତ କୋଲକାତା ଏବଂ ଏହାର ଆଖପାଖ ଅଞ୍ଚଳରେ ମୁଷଳଧାରାରେ ବର୍ଷା ହେବା ଫଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ପ୍ରବଳ ବର୍ଷା ଯୋଗୁ ସହରରେ ପାଞ୍ଚ ଜଣଙ୍କ ମୃତ୍ୟୁ ସହ ଆଉ ୨ ଜଣଙ୍କୁ କରେଣ୍ଟ ଲାଗିବାରୁ ମୃତ୍ୟୁ ହୋଇଥିବା ଖବର ମିଳିଛି।
ପ୍ରବଳ ବର୍ଷା ଯୋଗୁ ରାସ୍ତାରେ ପାଣି ଜମିଯାଇଛି, ରେଳ ଏବଂ ମେଟ୍ରୋ ସେବା ବାଧାପ୍ରାପ୍ତ ହୋଇଛି ଏବଂ ସାଧାରଣ ଜୀନଯାତ୍ରା ବ୍ୟାହତ ହୋଇଛି। ଅନେକ ଘର ଏବଂ ଆବାସିକ ଅଞ୍ଚଳରେ ପାଣି ପଶିସାଇଛି, ଯାହା ଲୋକଙ୍କ ପାଇଁ କଷ୍ଟକର ହୋଇପଡିଛି। ପାଞ୍ଚ ଜଣଙ୍କ ମୃତ୍ୟୁ ସହ ଆଉ ୨ ଜଣଙ୍କୁ କରେଣ୍ଟ ଲାଗିବାରୁ ମୃତ୍ୟୁ ହୋଇଥିବା ଖବର ମିଳିଛି।

hiring


ଭାରତୀୟ ପାଣିପାଗ ବିଭାଗ (IMD) ସତର୍କ କରାଇଛି ଯେ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଏକ ନିମ୍ନ ଚାପ କ୍ଷେତ୍ର ଫଳରେ ଦକ୍ଷିଣ ବଙ୍ଗର ଅନେକ ଜିଲାରେ ଆହୁରି ପ୍ରବଳ ବର୍ଷା ହୋଇପାରେ। ସହରରେ, ଗରିଆ କାମଦାହାରୀରେ କିଛି ଘଣ୍ଟା ମଧ୍ୟରେ ୩୩୨ ମିମି ବର୍ଷା ରେକର୍ଡ କରାଯାଇଛି, ଯେତେବେଳେ ଯୋଧପୁର ପାର୍କରେ ୨୮୫ ମିମି ଏବଂ କାଲିଘାଟରେ ୨୮୦ ମିମି ବର୍ଷା ହୋଇଛି।

hiranchal ad1
Leave A Reply

Your email address will not be published.

7 + eighteen =