ନିଆରା ପରମ୍ପରାରେ ଦଶହରା

0 250

ଗଣିଆ (ସରୋଜ କୁମାର ଦାଶ)-ନୟାଗଡ଼ ଜିଲ୍ଲାର ଗଣିଆରେ କାହିଁ କେଉଁ କାଳରୁ ଦଶହରା ଉତ୍ସବ ପାରମ୍ପରିକ ରୀତିନୀତି ଅନୁଯାୟୀ ଚାଲିଆସିଛି । ମହାସପ୍ତମୀ ଠାରୁ ମାଆଙ୍କ ପ୍ରତୀକ ଭାବେ ଥିବା ଖଣ୍ଡା, ଧନୁତୀରକୁ ଦେହୁରୀ ଜଳାଶୟ ନିକଟକୁ ନେଇ ବ୍ରାହ୍ମଣଙ୍କ ଦ୍ଵାରା ପୂଜା କରାଇ ମନ୍ଦିରକୁ ଆଣି ଦଶହରା ପର୍ଯ୍ୟନ୍ତ ଗୁପ୍ତ ପୂଜା କରାଯାଇଥାଏ । ଦଶହରା ଦିନ ଅପରାହ୍ନ ରେ ପାଇକମାନେ ବୀର ବେଶରେ ସଜ୍ଜିତ ହୋଇ ଘରୁ ବାହାରି ସାହି ମଝିରେ ଏକାଠି ହୁଅନ୍ତି । ପାଇକ ରମଣୀ ମାନେ ସେମାନଙ୍କୁ ବିଜୟ ଟୀକା ପିନ୍ଧାଇ ବନ୍ଦାପନା କରିଥାନ୍ତି । ପରେ ସମସ୍ତ ପାଇକ ପୂଜା  ହେଉଥିବା ଖଣ୍ଡା ଓ ଧନୁତୀର ସହ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଧରି ଅନୁକୂଳ ପଡିଆକୁ ପଟୁଆର କରି ଯାଆନ୍ତି ।

hiring

ତାଙ୍କ ସହିତ ସମସ୍ତ ଗ୍ରାମବାସୀ ମଧ୍ୟ ଯାଆନ୍ତି। ସେଠାରେ ବ୍ରାହ୍ମଣଙ୍କ ଦ୍ଵାରା ଅନୁକୂଳ ପୂଜା କରାଯାଏ ଓ ପାଇକମାନେ ସେମାନଙ୍କ ଯୁଦ୍ଧ କଉଶଳ ପ୍ରଦର୍ଶନ କରନ୍ତି । ଅନ୍ୟମାନେ ଭାଗବତ ପାଠ ଓ ଛାତ୍ରଛାତ୍ରୀମାନେ ବହି ପଢ଼ି ଅନୁକୂଳ କରନ୍ତି । ପୁନଶ୍ଚ ପଟୁଆର ସମସ୍ତ ଗ୍ରାମ ପରିକ୍ରମା କରି ପାଇକ ସାହିକୁ ଫେରିଯାଏ । ଶହ ଶହ ବର୍ଷ ଧରି ଗଣିଆ ରେ ଏହି ପରମ୍ପରା ଚାଲିଆସିଛି ।  ଏହା ସହିତ ବିଭିନ୍ନ ସାହିରେ ନିର୍ମିତ ମେଢ଼ ଓ ତୋରଣ ଏହି ଉତ୍ସବକୁ ଆହୁରି ଆକର୍ଷଣୀୟ କରିଥିଲା ।

hiranchal ad1
Leave A Reply

Your email address will not be published.

18 − nine =