ରାହୁଲଙ୍କ ନିଆରା ସେଲିବ୍ରେଶନ

0 126

ଅହମ୍ମଦାବାଦ: ଅହମ୍ମଦାବାଦରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ କେଏଲ ରାହୁଲ ଶତକ ହାସଲ କରିଥିଲେ । ଏହା ପରେ ସେ ସିଟି ବଜାଇ ଏକ ନିଆରା ସେଲିବ୍ରେଶନ କରିଥିଲେ । ଏହା ରାହୁଲଙ୍କ କ୍ୟାରିୟରରେ ୧୧ତମ ଟେଷ୍ଟ ଶତକ ଏବଂ ଭାରତରେ ତାଙ୍କର ଦ୍ୱିତୀୟ ଶତକ ଥିଲା । ଟେଷ୍ଟର ଦ୍ୱିତୀୟ ଦିନର ସେସନ ଶେଷରେ ରାହୁଲ ୧୦୦ ରନରେ ଅପରାଜିତ ରହିଥିଲେ । ୱେଷ୍ଟଇଣ୍ଡିଜ ପ୍ରଥମ ଇନିଂସରେ ୧୬୨ ରନ କରିଥିଲା । ଡିସେମ୍ବର ୨୦୧୬ରେ, କେଏଲ ରାହୁଲ ଏମ. ଚିଦାମ୍ବରମ ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷରେ ତାଙ୍କର ଚତୁର୍ଥ ଟେଷ୍ଟ ଶତକ ହାସଲ କରିଥିଲେ, ଯାହା ଘରୋଇ ପରିବେଶରେ ତାଙ୍କର ପ୍ରଥମ ଟେଷ୍ଟ ଶତକ ଥିଲା । ଏହା ପରେ ଭାରତରେ ରାହୁଲ ପ୍ରଥମ ଥର ପାଇଁ ଟେଷ୍ଟ ଶତକ ହାସଲ କରିଛନ୍ତି ।

hiranchal ad1
Leave A Reply

Your email address will not be published.

10 + twenty =