ବିଜେପି ନେତା ହତ୍ୟା ଘଟଣାକୁ ଦୃଢ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ

0 90

ଭୁବନେଶ୍ୱର: ବ୍ରହ୍ମପୁର ସହରର ବ୍ରହ୍ମାନଗର ଅଞ୍ଚଳରେ ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି। ଏହା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ଜଘନ୍ୟ ଓ ଅମାନୁଷିକ ହତ୍ୟାକାଣ୍ଡକୁ ଦୃଢ଼ ନିନ୍ଦା କରିବା ସହ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାକୁ ପୋଲିସ ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଶା ଭଳି ଶାନ୍ତିପୂର୍ଣ୍ଣ ରାଜ୍ୟରେ ହତ୍ୟାକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

hiring

ସୋମବାର ବ୍ରହ୍ମପୁର ସହରର ବ୍ରହ୍ମାନଗର ଅଞ୍ଚଳରେ ବିଜେପି ନେତା ତଥା ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଘଟଣାସ୍ଥଳରେ ଦୁଇ ଦୁର୍ବୃତ୍ତ ତାଙ୍କ ଘର ବାହାରେ ଗୁଳିମାଡ଼ କରି ଫେରାର ହୋଇଯାଇଥିବା ଜଣାପଡ଼ିଛି। ପୀତବାସ ପଣ୍ଡା ରାଜ୍ୟ ଆଇନଜୀବୀ ପରିଷଦର ଜଣେ ସକ୍ରିୟ ସଦସ୍ୟ ଥିଲେ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

hiranchal ad1
Leave A Reply

Your email address will not be published.

16 + 1 =