ଆସନ୍ତାକାଲି ବସିବ ବିଜେପି କୋର କମିଟି ବୈଠକ, ଘୋଷଣା ହୋଇପାରେ ନୂଆପଡା ପାଇଁ ପ୍ରାର୍ଥୀଙ୍କ ନାମ

0 102

ଭୁବନେଶ୍ବର: ଆସନ୍ତାକାଲି ବସିବ ବିଜେପି କୋର କମିଟି ବୈଠକ। ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିବ ବୈଠକ। ରାଜ୍ୟ ସଭାପତିଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ଦୁଇ ପ୍ରଭାରୀଙ୍କ ସହ କୋର କମିଟିର ସଦସ୍ୟମାନେ ଏଥିରେ ଉପସ୍ଥିତ ରହିବେ। ବିଜେପି ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷ ଏବଂ ରାଷ୍ଟ୍ରୀୟ ସଂଗଠକ ଭି ସତୀଶ ମଧ୍ୟ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର। ସେ କହିଛନ୍ତି, କୋର କମିଟି ବୈଠକରେ ନୂଆପଡ଼ା ଉପନିର୍ବାଚନ ନେଇ ହେବ ଆଲୋଚନା। କିଏ ହେବ ପ୍ରାର୍ଥୀ ସାମ୍ଭାବ୍ୟ ତାଲିକାକୁ ନେଇ ହେବ ମାନସ ମନ୍ଥନ। ଏହା ସହ ରାଜ୍ୟ କମିଟି ମଧ୍ୟ ହୋଇପାରେ ଚୂଡ଼ାନ୍ତ। ଅନ୍ୟପଟେ ଆସନ୍ତାକାଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ ଜନଜାତି ବିଧାୟକ ଏବଂ ସାଂସଦଙ୍କୁ ପ୍ରଶିକ୍ଷଣ ଶିବିର। ଯେଉଁଥିରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ଜନଜାତି ବିଧାୟକ ଏବଂ ସାଂସଦ। ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷ ଏବଂ ରାଷ୍ଟ୍ରୀୟ ସଂଗଠକ ଭି ସତୀଶ ଯୋଗ ଦେଇ ଦେବେ ପ୍ରଶିକ୍ଷଣ।

hiranchal ad1
Leave A Reply

Your email address will not be published.

12 + eight =