ମରଣାନ୍ତକ ଆକ୍ରମଣ କରି ଡକାୟତି,୮ ଜଣଙ୍କୁ ଗିରଫ କଲା ପୋଲିସ୍

0 122

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ପୋଲିସ୍ ଦ୍ବାରା ୮ ଜଣ ଡକାୟତ ଗିରଫ । ଗତ ୧୧ ତାରିଖ ବିଳମ୍ବିତ ରାତିରେ ଧଳା ରଙ୍ଗର ଏକ ଟାଟା ଏସି ଗାଡ଼ିରେ କିଛି ଦୃର୍ବୁତ୍ତ ଯାଇ ସାରଙ୍ଗଡ଼ ଥାନା ଅନ୍ତର୍ଗତ ଗୁଟିଙ୍ଗିଆ ନିକଟସ୍ଥ ରାସ୍ତା କଡ଼ରେ ଥିବା ଜାଜାବରଙ୍କ ତମ୍ବ ନିକଟରେ ପହଁଚି ଥିଲେ ସେଥିରୁ ପାଞ୍ଚ ଜଣ ଡକାୟତ ତମ୍ବୁ ଭିତରେ ପଶି ଟାଙ୍ଗିଆ ଓ ଠେଙ୍ଗାରେ ତମ୍ବୁ ଭିତରେ ଥିବା ଜାଜାବରଙ୍କୁ ମରଣାନ୍ତକ ଆକ୍ରମଣ କରି ସେମାନଙ୍କ ତମ୍ବୁ ଭାଙ୍ଗିବା ସହ ସେମାନଙ୍କ ପାଖରେ ଥିବା ୧୦ ହଜାର ୫୦୦ ଟଙ୍କା ଓ ଗୋଟିଏ ହିରୋ Xtreme ମୋଟରସାଇକେଲ ଲୁଟି ନେଇଥିଲେ ଦୁର୍ବୃତ୍ତ । ଘଟଣା ସମ୍ପର୍କରେ ଡକାୟତିର ଶିକାର ହୋଇଥିବା ଜାଜାବର ସାରଙ୍ଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ସାରଙ୍ଗଡ଼ ପୋଲିସ୍ ଛାନଭିନ୍ ଆରମ୍ଭ କରିଥିଲା ଏବଂ ଦୁଇ ଦିନ ମଧ୍ୟରେ ଘଟଣାରେ ସମ୍ପୃକ୍ତ ୮ ଜଣ ଡକାୟତଙ୍କୁ ଗିରଫ କରିଛି ପୋଲିସ୍ । ଗିରଫ ୮ ଜଣଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣାପଡ଼ିଛି । ୭ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ନାବାଳକ ଅଭିଯୁକ୍ତକୁ ସୁଧାର ଗୃହକୁ ପଠାଯାଇଥିବା ଜଣାପଡ଼ିଛି । ଗିରଫ ଡକାୟତ ହେଲେ ସାରଙ୍ଗଡ଼ ଦାସିଗୁଡ଼ାର ଗୁଡ଼କେଶ ପ୍ରଧାନ,ଜିରିଡ଼ିକିଆର ରବିଚନ୍ଦ୍ର ପ୍ରଧାନୀ, ସାରଙ୍ଗଡ଼ ପାଟ୍ଟଖଣ୍ଡା ସାହିର ହୃଷିକେଶ ସାହୁ, ହରେକୃଷ୍ଣ ସାହୁ,ସାରଙ୍ଗଡ଼ ଅଶୋକ ନଗରର ମାନସ ନାୟକ,ହରିଜନ ସାହିର ଓମ୍ କୁମାର ମୁଖୀ ଏବଂ ଅଶୋକ ନଗରର ଦିପକ ମୁଖୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍ । ଅଭିଯୁକ୍ତଙ୍କ ନିକଟରୁ ଡକାୟତି ଘଟଣାରେ ବ୍ୟବହୃତ ଟାଟା ଏସି ଗାଡ଼ି ଓ ମାରଣାସ୍ତ୍ର ଜବତ କରିବା ସହ ଲୁଟ୍ ହୋଇଥିବା ଟଙ୍କା ଓ ମୋଟରସାଇକେଲ ମଧ୍ୟ ଉଦ୍ଧାର ହୋଇଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ବଧୁଲିକା ବିଶ୍ବାଳ ।

hiranchal ad1
Leave A Reply

Your email address will not be published.

nine + 3 =